କୁକୁଡ଼ା ଲଢେଇରେ ପୋଲିସ ଚଢ଼ାଉ: ୯ବାଇକ ଜବତ, ୫ଶହରୁ ଅଧିକ ଦେଲେ ଛତ୍ରଭଙ୍ଗ

Spread the love

ଖୁଣ୍ଟା ୧୧/୧୦(ସନ୍ଧାନ ନ୍ୟୁଜ୍) :-  ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଆରପଟ- ଟିକାୟତପୁର ଜଙ୍ଗଲ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା କୁକୁଡ଼ା ପଡ଼ାରେ ପୁଲିସ ଚଢଉ କରି ବାଇକ ଓ ୩ ସାଇକେଲ ଜବତ କରିଛି । ଉକ୍ତ କୁକୁଡ଼ା ଲଢେଇ ବେଳେ ପ୍ରାୟ ପା ଶହରୁ ଅଧୁକ ଲୋକଙ୍କ ଭିଡ଼ ଲାଗିଥିଲା । ପୁଲିସ ପହଞ୍ଚିବା ପରେ ବାଇକ ଓ ସାଇକେଲ ଛାତି ଉପସ୍ଥିତ ଲୋକେ ଛତ୍ରଭଙ୍ଗ ଦେଇଥିଲେ । କୋଭିଡ ନିୟମାବଳୀକୁ ଖୋଲା ଉଲଙ୍ଘନ କରି ଆରପଟ୍ଟା ପଥପର ଭକ୍ତ ସ୍ଥାନରେ ନିୟମିତ ବ୍ୟବଧାନରେ କୁକୁଡ଼ା ଲଢେଇ ହୋଇଆସୁଥିଲା । ଆରପଟ୍ଟା ପଞ୍ଚାୟତ ସମେତ ପାଖ ପଞ୍ଚାୟତ ଓ ପଡୋଶୀ ଜିଲାରୁ ଜୁଆଡ଼ି ମାନେ ପହଞ୍ଚିଥିବା ବେଳେ କୁକୁଡ଼ା ଲଢେର ନାମରେ ଲକ୍ଷାଧିକ ଟଙ୍କାର କୁଆଖେଳ ହୋଇଥାଏ । ଏହି କୁକୁଡ଼ା ଲଢେଇ ମୟୂରଭା ଓ ବାଲେଶ୍ବର ଜିଲ୍ଲା ସୀମା ନିକଟରେ ଜଙ୍ଗଲିଆ ସ୍ଥାନରେ ହେଉଥିବାରୁ ପୂର୍ବରୁ ପୁଲିସ କାର୍ଯ୍ୟାନୁଷ୍ଠାନ କରିଥିଲେ ମଧ୍ୟ ସଫଳତା ମିଳିପାରିନଥିଲା । ରବିବାର ଅପରାହ୍ନରେ ସେକେଣ୍ଡ ଅଫିସର ରନୀତାରାଣୀ ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଦଳ ଅତର୍କିତ ଚଢଉ କରିବା ବେଳେ ବାଇକ, ସାଇକେଲ ଛାଡି ଲୋକେ ଦୌଡ଼ି ପଳାୟନ କରିଥିଲେ । ରାତି ହୋଇଯିବାରୁ ଆହୁରି କେତେକ ବାଇକ ଓ ସାଇକେଲ ପୁଲିସ ଘଟଣା ସ୍ଥଳରୁ ଆଣିପାରିନାହିଁ । ବାଇକ ଓ ସାଇକେଲ ସବୁକୁ ଖୁଣ୍ଟା ଥାନା ପରିସରରେ ରଖାଯାଇ ଏକ ମାମଲା ରୁଜୁ କରାଯାଇଛି । ପ୍ରଥମତଃ କୁକୁଡ଼ା ଲଢେଇ ବେଆଇନ ହୋଇଥିବା ବେଳେ ବର୍ତ୍ତମାନ ସମୟରେ କୋଭିଡ ନିୟମର ଖୋଲା ଉଲଙ୍ଘନ କରି ଲୋକେ ରୁଣ୍ଡ ହୋଇ କୁକୁଡ଼ା ଲଢେଇ ଦେଖୁ ଓ ତାକୁ ନେଇ ଜୁଆଖେଳ ଚାଲିବା ଘଟଣା ଚିନ୍ତାର ବିଷୟ ହୋଇଛି । ଜିଲାରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ସସ୍ତେ ପୁଲିସ ପାଇଁ କୁକୁଡ଼ା ଲଢେଇ ଏକ ଚାଲେଞ୍ଜ ବୋଲି ଲୋକଙ୍କ ମନରେ ଧାରଣା ଜନ୍ମିଲାଣି । ଆଗକୁ ଦୁର୍ଗାପୂଜା, କୁମାର ପୂର୍ଣ୍ଣମୀ ଓ କାଳୀପୂଜା ଆସୁଥିବାରୁ । ବିଭିନ୍ନ ସ୍ଥାନରେ କୁକୁଡ଼ା ଲଢେଇ ପାଇଁ । ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ତାକୁ ରୋକାଯିବାକୁ ସ୍କାର୍ଡ ମାନ ଗଠନ ବି କରାଯାଇ କଡା ଆଭିମୁଖ୍ୟ ପ୍ରଦର୍ଶନ ନ କରାନଗଲେ କୁକୁଡ଼ା ଲଢେଇ ଆଳରେ କ ଜୁଆଡ଼ିଙ୍କ ପ୍ରାଦୁର୍ଭାବକୁ ରୋକିବା କଷ୍ଟ ।

Related Posts

About The Author

Add Comment