କୁଆଖିଆ ବଜାରରୁ ବାଇକ୍ ଚୋରି

Spread the love

ରସୁଲପୁର,୪/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅଂଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି କୁଆଖିଆ ବଜାରରୁ ରବିବାର ରାତି ୮ଟାରେ ଏକ ବାଇକ୍ ଚୋରି ହୋଇଯାଇଛି । ଚୋରି ହୋଇଥିବା ବାଇକ୍ଟି କୁଆଖିଆ ଥାନା ଅଧିନସ୍ଥ ବାହାଦଲାପୁର ପଂଚାୟତ କମାରପାଳ ଗ୍ରାମର ଶ୍ରୀଧର ସାହୁଙ୍କ ବାଇକ୍ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଶ୍ରୀଧର ପରିବା ବଜାର ନିକଟରେ ତାଙ୍କର ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ ବାଇକ୍ ନଂ-ଓଆର ୦୪ ପି ୭୦୨୯ ବାଇକ୍ ରଖି ପରିବା କିଣିବାକୁ ଯାଇଥିଲେ । ଫେରିଲାବେଳକୁ ବାଇଲ୍ ଥୋଇଥିବା ସ୍ଥାନରେ ବାଇକ୍ଟି ନଥିବାର ଦେଖିଥିଲେ । ସେ ବଜାରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ୱେ ବି ବାଇକ୍ ସନ୍ଧାନ ପାଇନଥିଲେ । ଏ ସଂପର୍କରେ କୁଆଖିଆ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ଥାନାରେ କେସ୍ ନଂ-୫୨/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment