କୁଆଖିଆ ଥାନା ପକ୍ଷରୁ ଜଳଛତ୍ର ଉଦ୍ଘାଟିତ

Spread the love

ରସୁଲପୁର,୭/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ଗୋଟି ପଂଚାୟତରୁ ୧୯ଗୋଟି ପଂଚାୟତକୁ ନେଇ ଗଠିତ କୁଆଖିଆ ଥାନା ପକ୍ଷରୁ ଆଜି ଏକ ଜଳଛତ୍ର ଉଦ୍ଘାଟିିତ ହୋଇଯାଇଛି । କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଜଳଛତ୍ରକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ନଠୁଆବର ପଂଚାୟତ ସରପଂଚ କୁଞ୍ଜଲତା ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ । ଜଳଛତ୍ର ପକ୍ଷରୁ ଶ୍ରୀମତି ପଣ୍ଡାଙ୍କୁ ଦହି ପାଣି ପ୍ରଦାନ କରାଯାଇଥିଲା ।
ରୌଦ୍ରତାପକୁ ଦୃଷ୍ଟିରେ ରଖିି ଥାନା ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ପ୍ରତ୍ୟେକ ଦିନ ଥାନାକୁ ବିଭିନ୍ନ ସମସ୍ୟା ନେଇ ବହୁ ଲୋକ ଯାତାୟତ କରୁଛନ୍ତି । ଏପରି କି ନିର୍ବାଚନୀ ଋତୁରେ ବିଭିନ୍ନ କାର୍ଯ୍ୟକୁ ନେଇ ଥାନାକୁ ବହୁ ଜନସାଧାରଣଙ୍କ ଆଗମନ ଘଟିବ । ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବନେ୍ଦାବସ୍ତ କରାଯାଇଛି । ଏଠାରୁ ଆଗନ୍ତୁକ ଓ ପଥିôକମାନଙ୍କୁ ପଇିବା ପାଣି ମିଳିପାରିବ ବୋଲି କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏସ.ଆଇ ଦିଲୀପ କୁମାର କାଣ୍ଡି, ଅନିତା ପ୍ରଧାନ, କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଥାନାର ଅନ୍ୟ ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Related Posts

About The Author

Add Comment