କିଶୋରନଗର କଲେଜରେ ବାଣିଜ୍ୟ ବିଭାଗ ଖୋଲିବାକୁ ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ରଙ୍କ ଦାବି

Spread the love
କଟକ  : କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ଦାବି ହୋଇଛି ।  ଏହି କଲେଜରେ ଛାତ୍ରଛାତ୍ରୀ କଳା ଓ ବିଜ୍ଞାନରେ ପଢୁଥିବା ବେଳେ ବାଣିଜ୍ୟ ବିଷୟରେ ପାଠ ପଢି ପାରୁନାହାନ୍ତି । ବାଣିଜ୍ୟ ବିଭାଗ ଖୋଲିବା ନେଇ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଏକ ଦାବିପତ୍ର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି । ୧୯୭୯ ମସିହାରୁ କଲେଜ ସ୍ଥାପନ ହୋଇଥିଲେ ମଧ୍ୟ ଏଯାବତ୍ ବାଣିଜ୍ୟ ବିଭାଗ ନଥିବାରୁ ଉତ୍କଳ ବିକାଶ ପରିଷଦର ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସଦର ମାଟି ପାଇଁ ଶିକ୍ଷାଦାନ ସେବା ଦିଗରେ ଉନ୍ନତିର ଅନ୍ତରାୟ ବୋଲି କହିଛନ୍ତି । ଏହା ଛଡା ଡିଗ୍ରୀ ସ୍ତରରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ପୁଣି ଇଂରାଜୀ,ଓଡ଼ିଆ,ଶିକ୍ଷା,ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପକ ଓ ଦୁଇଟି କିରାଣୀ ପଦବୀ ମଧ୍ୟ ଖାଲି ପଡ଼ିଛି ।  ପିଲାଙ୍କ ପାଠପଢା ଚାଲୁ ରଖିବା ପାଇଁ କଲେଜ ପରିଚାଳନା କମିଟି ପକ୍ଷରୁ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତି ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଶିକ୍ଷାର ଏପରି ସମସ୍ୟାକୁ ଦୂର କରିବାକୁ ଦାବି କରାଯାଇଛି ।

Related Posts

About The Author

Add Comment