କାରରେ ଗଞ୍ଜେଇ ଚାଲାଣବେଳେ କାର ସହ  ଗଞ୍ଜେଇ ଜବତ,ଜଣେ ଗିରଫ ୨ ଫେରାର

Spread the love

କନ୍ଧମାଳ,30/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ଗୋଟିଏ ଟାଟା ଇଣ୍ଡିଗୋ କାର ଯୋଗେ ୩୦ କିଗ୍ରା ଚାଲାଣ ବେଳେ ଖବର ପାଇ ଫୁଲବାଣୀ ଏଫସିଆଇ ଛକଠାରେ କାର ଓ ଗଞ୍ଜେଇ ଜବତ କରିବା ସହିତ ଜଣେ ଚାଲାଣକାରୀକୁ ଗିରଫ କରିଛି ଫୁଲବାଣୀ ଅବକାରୀ ବିଭାଗ ।ସୂଚନା ଅନୁସାରେ ଶନିବାର  ସକାଳ ପ୍ରାୟ ୧୦ଟା ବେଳେ ଗୋଟିଏ ଟାଟା ଇଣ୍ଡକୋ କାର ଓ.ଆର-୦୨ ବିସି- ୪୩୦୨ କାରରେ କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ କଟକ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫୁଲବାଣୀ କୌଣସି ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇବାପରେ ସ୍ଥାନୀୟ ଏଫସିଆଇ ଛକଠାରେ ଅବକାରୀ ଇନିସ୍ପେକ୍ଟର ଅଜୟ ବେହେରାଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀ ମାନେ ଅପେକ୍ଷା କରିଥିବା ବେଳେ ସେଠାରେ ଏହି କାରଟି ପହଂଚିଥିଲା । ଗାଡିକୁ ତଲାସି ନେବାପରେ ସେଥିରୁ ଗୋଟି ବସ୍ତାରେ ୩୦ କିଗ୍ରା ଗଞ୍ଜେଇ ମିଳିଥିଲା ।ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା କନ୍ଧମାଳ ଜିଲ୍ଲା ଗୋଛାପଡା ଅଂଚଳର ଅନିଲ ଦିଗାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ । ବାଇକ ଯୋଗେ ଏହି କାରକୁ ସୁରକ୍ଷା ଯୋଗାଉଥିବା ଗୋଛାପଡା ଅଂଚଳର ସଲାଗୁଡା ଗ୍ରାମର ସୁନିଲ ଦିଗାଲ ଏବଂ ଗୋକୁଳ ଦିଗାଲ ସେଠାରୁ ଫେରାର ହୋଇଯାଇଥିବା କହିଛନ୍ତି ଇନିସ୍ପେକ୍ଟର ଅଜୟ ବେହେରା ତେବେ ଏହି ଗଞ୍ଜେଇକୁ କଟକ ଜିଲ୍ଲାକୁ ଚାଲାଣ କରିବାକୁ ଯାଉଥିବା ନେଇ ଅନିଲ କହିଥିବା ସୂଚନା ମିଳିଛି ବିଭାଗ ପକ୍ଷରୁ । ଏହି ସଂକ୍ରନ୍ତରେ ଏକ ମାମଲା ୧୪/୨୦୨୧ ରୁଜୁ  କରିବା ସହିତ ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରିଥିବା ଵିଷୟ  ଅବକାରୀ ଇନିସ୍ପେକ୍ଟର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Related Posts

About The Author

Add Comment