ଯାଜପୁର/ରସୁଲୁପର, (ସନ୍ଧାନ ନିୟୁଜ/ନାରାୟଣ ରଥ) କାନ୍ଥ ପଡିସାରିଛି, ମୃତୁ୍ୟରୁ ଅଳ୍ପକେ ବଂଚିଛନ୍ତି ପରିବାର ହେଲେ ନିର୍ଦୟ ସରକାରଙ୍କୁ ଆବସ ଘର ଖଣ୍ଡେ ଦେଲାନାହିଁ । ଏ ହେଉଛି ଆମର କୌଣସି ନାଟକର କାହାଣୀ ନୁହେଁ ବରଂ ଖୋଦ ପାରିବ ପଣିଆ ଯାଜପୁର ଜିଲ୍ଲାର କୋଟିପତି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଧର୍ମଶାଳାର ରାହାମ୍ବା ପାଂଚୟତ ୩ନମ୍ବର ୱାର୍ଡ ଗରିବ ମଧୁସୁଦନ ଦାସଙ୍କ କାହାଣୀ । ପରିବାରରେ ୧୬ପ୍ରାଣୀ କୁଟୁମ୍ବ । ଘର ନାହିଁ କି ରୋଜଗାର ନାହିଁ । ଅନ୍ୟପଟରେ ରହୁଥିବା ଚାଳଛପର ଘର ବର୍ଷା ପାଣିରେ କାନ୍ଥ ପଡିସାରିଛି । ରୋଷେଇ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ । ଯାହା ଫଳରେ ଦିନେ ଖାଇଲେ ଅନ୍ୟଦିନେ ଓପାଷ ରହିବାକୁ ପଡୁଛି । ମାତ୍ର ନିର୍ଦୟ ସରକାର ଏବଂ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲାନାହିଁ । ଖଣ୍ଡିଏ ଆବସ ପାଇଁ ବହୁବାର ରସୁଲପୁର ବ୍ଲକ ବିଡିଓଙ୍କ ଗୁହାରୀ କରିବା ପରେ ନିରାଶ ହୋଇଛନ୍ତି । ଏପରକି ବ୍ଲକ ଅଧିକାରୀ ଖରାପ ଭାଷା ଶୁଣିବାକୁ ପଡିଛି । ଖାଲି ସେତିକି ନୁହେଁ ବିଧାୟକଙ୍କ ଏବଂ ପଂଚାୟତ ସ୍ତରୀୟ ନେତାଙ୍କ ଗୋଡହାତ ତଳେ ପଡିଛି ତଥାପି ବଦଳିଲାନି ସେହି ଭଙ୍ଗ ଗୃହର ବାସ୍ତବ ଚିତ୍ର । ଅନ୍ୟ ପଟରେ ନବୀନ ସରକାର ମୋ ସରକାର ନାମରେ ସିଧାସଳକ କଥା ହୋଇ କାଳେ ଦୁଖଃ ବୁଝୁଥିବା ଡିଣ୍ଡିମ ପିଟାଯାଉଥିବା ବେଳେ ମଧୁସୁଦନଙ୍କ ପତ୍ନୀ କ୍ଷ୍ୟବର ସହ କହିଛନ୍ତି ‘ଏ କି ସରକାର’ ଗରିବ ମରିବ ତାହା କଥା କିଏ ବା ଶୁଣିବ । ସବ ଆଡୁ ନିରାଶ ହେବା ପରେ ଗଣମାଧ୍ୟମ ଆଗରେ ଏଭଳି କଥା କହି କାନ୍ଦି ପକାଇଛନ୍ତି ସହ ପରିବାର । ଖାଲି ସେତିକି ନୁହେଁ ଛୋଟ ଛୋଟ ଶିଶୁ ପୁତ୍ର ମଧ୍ୟ ସେହି ବିପଦପୂର୍ଣ୍ଣ ଘରେ ରହୁଥିବା ବେଳେ ଆଉ ବାକିଥିବା କାନ୍ଥ କେତେବେଳେ ଖସି ପଡିବ ତାହାର ଉତ୍ତର କାହା ପାଖରେ ନାହିଁ କି ଅଘଟଣକୁ ଦୂରେଇ ଦିଆଯାଉନାହିଁ । ଯଦି ଜିଲ୍ଲାପ୍ରଶାସନ ତୁରନ୍ତ ତାଙ୍କୁ ଆବସ ଗୃହ ଯୋଗାଇନଦିଏ ତେବେ ତାଙ୍କ ମୃତୁ୍ୟ ପାଇଁ ସମସ୍ତ ପ୍ରଶାସନ ଏବଂ ବିଧାୟକ ଦାୟୀ ରହିବେ ବୋଲି କହିଛନ୍ତି ପରିବାର ବର୍ଗ । ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ମଧୁସୁଦନଙ୍କ ପରିବାରକୁ ଆବସ ଗୃହ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଏସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବା ପାଇଁ ଧର୍ମଶାଳା ଏବଂ ରସୁଲପୁରର କେତକ ସମାଜସେବୀ ପ୍ରକାଶ କରିଛନ୍ତି ।
https://www.youtube.com/watch?v=AJzosFaGii0