କାଜୁ ଜଙ୍ଗଲରେ ମଦ ଭାଟି !

Spread the love

ଭୁବନେଶର, ୧୦/୦୪ (ସନ୍ଧାନ ନିୟୁଜ) : ସାରା ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଏଥିରୁ ଫାଇଦା ଉଠାଇବାକୁ ମଦ ବେପାରୀ ଯୋଜନା କରିଛନ୍ତି। ଏହାର ଏକ ଉଦାହରଣ ଖୋର୍ଦ୍ଧା ଜିଲାରେ ଦେଖିବାକୁ ମିଳିଛି। ବେଗୁନିଆ ଥାନା ପୋଲିସ ନଜରକୁ ଆସିଛି କାଜୁ ଜଙ୍ଗଲରେ ଚାଲିଥିବା ଦେଶି ମଦ ପ୍ରସ୍ତୁତ କ୍ୟାମ୍ପ। ଏକଡାଳିଆ କାଜୁ ଜଙ୍ଗଲରେ ଏହି ମଦ ରନ୍ଧା ଓ ଚାଲାଣ ହେଉଥିବା ଖବର ପାଇ ବେଗୁନିଆ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ଵରେ ଏକ ପୋଲିସ ଟିମ୍ ଚଢାଉ କରିଥିଲା। ତେବେ ମଦ ବ୍ୟବସାୟୀମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି। ବିପୁଳ ପୋଚ ଓ ମଦ ରନ୍ଧା ସାମଗ୍ରୀକୁ ପୋଲିସ ଜବତ କରିଛି। ପ୍ରାୟ ୩ ହଜାର ଲିଟରରୁ ଅଧିକ ପୋଚକୁ ପୋଲିସ ନଷ୍ଟ କରିଦେଇଥିବା ବେଳେ ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି।  

Related Posts

About The Author

Add Comment