କାଜୁ ଜଙ୍ଗଲ ଲିଜକୁ ନେଇ ବୋମାମାଡ଼
ଗଂଜାମ, ୨୨/୦୪ (ସନ୍ଧାନ ନିଉଜ) : କରୋନା ମୁକାବିଲା ପାଇଁ ଲକ ଡାଉନ କଟକଣା ସମୟରେ ଆଜି ଗଂଜାମ ଜିଲ୍ଲାରେ ଘଟିଛି ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼। କାଜୁ ଜଙ୍ଗଲ ଲିଜକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ବେଳେ ପ୍ରଭାକର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଥିବା ଜଣାପଡିଛି। ଅଶୋକ ରାଉତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମାରତାରି ଗାଁ ନିକଟସ୍ଥ କୁମାରୀ-୧ କାଜୁ ଜଙ୍ଗଲକୁ ନେଇ ସୋମବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଲିଜଧାରୀମାନେ କାଜୁ ତୋଳୁଥିବା ବେଳେ ସେହି ଅଞ୍ଚଳର କିଛି ଆଦିବାସୀ ବିରୋଧ କରି ବୋମାମାଡ଼ କରିଥିଲେ। ଏଥିରେ ଗଂଜରବାଲା ଗ୍ରାମର ପ୍ରଭାକର ବିଶ୍ୱାଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଶ୍ରମିକ ଅଶୋକ ରାଉତ ଆହତ ହୋଇଛନ୍ତି।
Related Posts
About The Author