ଯାଜପୁର ୦୨/୦୧ ,ସନ୍ଧାନ ନ୍ୟୁଜ: କଳିଙ୍ଗନଗର ଗୁଳିକାଣ୍ଡର ୧୮ ବର୍ଷ ପୂତି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସହରସ୍ଥ ଗାନ୍ଧୀଛକ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀମାନେ ଏକଜୁଟ ହୋଇ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ । ବିଜେଡି ଓ ବିଜେପି ମେଂଟ ସରକାର ୨୦୦୬ ଜାନୁଆରୀ ୨ ତାରିଖରେ ଟାଟା କମ୍ପାନୀକୁ ଜମି ଯୋଗାଇ ଦେବା ଉଦେଶ୍ୟରେ କଳିଙ୍ଗନଗର ନଗର ଠାରେ ୧୩ ଜଣ ନୀରିହ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଇଥିଲେ । କଳିଙ୍ଗନଗର ନରସଂହାର ଏ ଅର୍ଦ୍ଧ ଶତାଦ୍ଧୀ ଇତିହାସରେ ସବୁଠାରୁ ବର୍ବରୋଚିତ,ଲୋମହର୍ଷଣକାରୀ ଓ ସରକାରଙ୍କ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି କଂଗ୍ରେସ ସ୍ୱର ଉଠାଇଥିଲେ । ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନୀରିହ ଆଦିବାସୀଙ୍କ ରକ୍ତରେ ମେଂଟ ସରକାର ହୋଲି ଖେଳିଲା ଓ ଏହା ଜଘନ୍ୟ ହତ୍ୟାକାଣ୍ଡ ଥିଲା । ଆମ୍ବଗଡିଆ ଠାରେ ଥିବା ମୃତ ଆଦିବାସୀଙ୍କ ସ୍ମୃତିପୀଠ ରହିଛି ଏବଂ ସେହି ପୀଠକୁ ବୀରଭୂମି ନାମରେ ନାମିତ କରାଯାଇଥିଲା । ସମଗ୍ର ବିଶ୍ୱରେ ଏହି ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିଚୟ ପାଇବା ପାଇଁ ସେମାନଙ୍କ ପାପୁଲି କଟାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡକୁ ନେଇ ଦୀର୍ଘ ୧୪ ମାସ କଳିଙ୍ଗନଗର ଅଶାନ୍ତ ହୋଇପଡିଥିଲା । ଆଦିବାସୀମାନଙ୍କ ପ୍ରତି ଅଦ୍ୟାବଧି କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୌଣସି ଉନ୍ନତି କରିନଥିବା ବେଳେ ବିଜେପି ମିଛ ଦରଦ ପ୍ରଦର୍ଶନ କରୁଛି ଓ ବିଜେଡି ଆଦିବାସୀଙ୍କ ଜମି ନେଇ ଜୀବିକା ନଦେଇ ଅନ୍ୟାୟ ଆଚରଣ ପ୍ରଦର୍ଶନ କରୁଛି ବୋଲି ଉପସ୍ଥିତି ନେତୃମଣ୍ଡଳୀ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ନନ୍ଦ,ବିଷ୍ଣୁ ରାଉତ, ଅଂଚଳ ଦାସ,ନାରାୟଣ ଚନ୍ଦ୍ର ସାମନ୍ତ, ଗଦାଧର ଦାସ, ଭାସ୍କର ମହାନ୍ତି,ବଳଭଦ୍ର ଦାସ, ସୁଦିପ କର,ସନ୍ତୋଷ ବେହେରା,ସେକ ସଲିମ, ବିଭୂତି ମହାପାତ୍ର, ସଂଗ୍ରାମ ଜେନା,ଆଲୋକ ବେହେରା,ଦୁର୍ଯ୍ୟୋଧନ ବେହେରା, ଦିଲିପ ଦାଶ, ପ୍ରତିମା କର, ରଘୁନାଥ ସାହୁ, ଅଶୋକ ଦାସ, ସଂଗ୍ରାମ ସାହାଣୀ,ଅନିରୁଦ୍ଧ ରାଉତ, ନକୁଳଦେବ ସାହୁ, ଅକ୍ଷୟ ଶତପଥୀ, ପାବୁ ଦାସ,ଅଜିତ ନାୟକ, ଗଜେନ୍ଦ୍ର ସେଠୀ,ସେକ ସଲିମ, ଅବଦୁଲ ରୌପ,ବିଦ୍ୟାଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ ପୂର୍ତି ସହୀଦ ଆଦିବାସୀଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି
|
January 3, 2024 |