କଳାହାଣ୍ଡିରେ ୧୬ କରୋନା ପଜିଟିଭ ଚିହ୍ନଟ

Spread the love

କଳାହାଣ୍ଡି, ୧୩/୦୬/୨୦ (ସନ୍ଧାନ ନିଉଜ) : କଳାହାଣ୍ଡି ଜିଲ୍ଲା ରେ ୧୩ ତାରିଖ ଦିନ ୧୬ଟି ପଜିଟିଭ କେଶ ଜଣାପଡିଛି। ଆଜି ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ କେଶ ଜଣାପଡିବା ଏହା ପ୍ରଥମ ଘଟଣା ହୋଇଥିବା ଜଣାପଡିଛି। ଆଜି ବାହାରିଥିବା ଏହି ୧୬ ଜଣଙ୍କ ମଧ୍ୟରୁ ୧୪ ଜଣ ପରୁରଷ ଓ ୨ ଜଣ ମହିଳା ଥିବା ପ୍ରକାଶ। ଲାଂଜିଗଡ ବ୍ଲକରେ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୧୪ ଜଣ ପଜିଟିଭ ମଧ୍ୟରୁ ୧୧ ଜଣ ତାମିଲନାଡୁରୁ ଆସିଥିବା ବେଳେ ୨ ଜଣ ଗୁଜରାଟରୁ ଏବଂ ଜଣେ କର୍ଣାଟକ ରୁ ଆସିଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ମଧ୍ୟ ପଜିଟିଭ ବାହାରିଥିବା ଜଣାପଡିଛି। ଆର ଜଣକ ଜୟପାଟଣା ସଙ୍ଗରୋଧ କେନ୍ଦ୍ରରୁ ବାହାରିଥିବା ପ୍ରକାଶ। ସେ ରୁଷିଆରୁ ଫେରିଥିବା କୁହାଯାଉଛି।

ଏହି ୧୬ ଜଣ ପଜିଟିଭ ସହ କଳାହାଣ୍ଡିରେ ୫୭ ଜଣ ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬ ଜଣ ପଜିଟିଭ କେଶ କଳାହାଣ୍ଡି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରକାଶ।

Related Posts

About The Author

Add Comment