କଲିକତା ଫେରନ୍ତାଙ୍କୁ ସଙ୍ଗରୋଧକୁ ନେବାକୁ ବଡଚଣା ବିଡିଓଙ୍କୁ ବହୁ କଷ୍ଟ, ଗ୍ରାମରେ ଅସନ୍ତୋଷ; ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସଙ୍ଗରୋଧରେ ରହିଲେ

Spread the love

ବଡଚଣା, ୯/୫ (ସନ୍ଧାନ ନିୟୁଜ/ବିମଲ ବେହେରା)  ବଡଚଣା ବ୍ଲକରେ କରୋନାକୁ ନେଇ ବଡିଓ ଯେତେ ତତ୍ପର ତାହା ତାଙ୍କର କର୍ମନିଷ୍ଠାରୁ ଜଣାପଡୁଛି । ପୂର୍ବରୁ ସଙ୍ଗରୋଧ ଗୃହ ଟିକ୍ ଭାବରେ କରିନଥିବାରୁ ଜିଲ୍ଲାପାଳ ନୋଟିସ କରିଥିବା ବେଳେ ଏବେ ଏହ ସଙ୍ଗରୋଧ ଗୃହରେ ଲୋକଙ୍କ ରହିବାକୁ ନେଇ ଗ୍ରାମବାସୀ ଏବଂ ବିଡିଓ ଏବଂ ନୋଡାଲ ଅଫିସରଙ୍କ ମଧ୍ୟରେ ଟଣା ଓଟରା ଦେଖିବାକୁ ମିଳିବା ସହିତ ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମ୍ପୁକ୍ତ ଗାଡି ଚାଳକ ଏବଂ ତାହାର ପରିବାରକୁ ସଙ୍ଗରୋଧରେ ରଖାଯାଇଛି । ସୂଚନା ମୁତାବକ କଲିକାର ଜନ୍ମିତ ଜଣେ ଗାଡି ଚାଳକ ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ନିଶିମଳା ଗ୍ରାମର ଡିଲରଙ୍କ ଘରେ ପରିବାର ସହିତ ଭଡାରେ ରହୁନ୍ତି । ସମ୍ପୁକ୍ତ ଗାଡି ଚାଳକ ବହୁ ସମୟରେ କଲିକତା, କୁଇଡା ଏବଂ ପାରଦୀପ ଆଦି ଅଂଚଳରେ ଖଣିଜ ଦ୍ରବ ପରିବହନ କରିଥାଏ । ସେ ଗତମାସ ୧୮ତାରିଖ ଦିନ କଲିକତାରେ ଚାରି ପାଂଚ ଦିନ ରହି ଇଟା ପରିବହନ କରିବା ପରେ ଓଡିଶା ଫେରିଥିଲା । ଫେରିବା ପରେ ସଙ୍ଗରୋଧ ଯାଇନଥିଲା । ୨୮ତାରିଖରେ ସେ ଟଟା ମେଡିକାଲକୁ ଯାଇ ଚିକସôା କରିଥିଲେ । ସେତେବେଳେ ସେଠାରେ କେବଳ ଟେମରଂଚର ମାପିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା । ଏହା ପରେ ସେ ପୁଣି ଥରେ କୋଇଡାରୁ ପାରାଦୀପ ଯାଇ ପରିବହନ କରି ଫେରିଥିଲା ।

ଗତକାଲି ନିଶିମଳା ତାଙ୍କ ଭଡା ଘରକୁ ଫେରି ସ୍ତ୍ରୀ ପିଲା ସହିତ ରହିବା ପରେ ଆଜି ସକାଳୁ ଗ୍ରାମବାସୀ ଜାଣିବା ପରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଖବର ସ୍ଥାନୀୟ ବଡଚଣା ଥାନା ଅଧିକାରୀଙ୍କ ପବିତ୍ର ରାଉତ, ବିଡିଓ ଏବଂ ପଂଚାୟତର ନୋଡାଲ ଅଫିସର ସରପଂଚଙ୍କ ଜଣାଇବା ପରେ ସେମାନେ କେହି ଘଟଣାସ୍ଥଳକୁ ଆସି ତାଙ୍କୁ ସଙ୍ଗରୋଧରେ ରହିବାକୁ ପରାର୍ମଶ ଦେଇନଥିଲେ । ଥାନା ଅଧିକାରୀ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରି ବିଡିଓ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ କରିଥିଲେ । ମାତ୍ର ବିଡିଓ ଶ୍ରୀ ଗିରି ଏବଂ ନୋଡାଲ ଅଫିସର ରାମଚନ୍ଦ୍ର ମଲିକ ସେଠାକୁ ନଆସି ତାଙ୍କୁ ଛତିଆ ପଠାଅ ବୋଲି କହିଥିଲେ । ସମ୍ପୁକ୍ତ ଯୁବକ ଜଣଙ୍କ ଦୁଇଥର ଛତିଆ ଯାଇ ସେଠାରେ ଦେଖିକରିବା ପରେ ତାଙ୍କୁ ପଳାଇ ଯିବାକୁ କହି ବଡଚଣା ବ୍ଲକ ଅଂଚଳରେ ନରହିବାକୁ କହିଥିଲେ । ଏପରକି ତାଙ୍କୁ ଏବଂ ତାଙ୍କ ପରିବାରକୁ ସଙ୍ଗରୋଧରେ ରଖିବାକୁ ମନା କରିଥିଲେ ।

ଏପରକି ଗ୍ରାମାବସୀ ତାଙ୍କୁ ଗ୍ରାମରେ ପୁରେଇ ଦେବେନି କହିବା ପରେ ଦରକାର ହେଲେ ବ୍ଲକ ଅଫିସରରେ ଧାରଣ ଦେବେ ବୋଲି କହିଥିଲେ । କଥା କଟାକଟି ପରେ ଏହି ବିଷୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଚଣ୍ଡିଖୋଲ କଲ୍ୟାଣ ମଣ୍ଡପରେ ରଖାଯାଇଛି । ଅନ୍ୟପଟରେ ଚାଳକ ସହିତ କଲିକତା ଯାଇଥିବା ଖଲାସୀଙ୍କ ଗ୍ରାମାବସୀ ଖୋଜୁଛନ୍ତି । ତାଙ୍କୁ ମଧ୍ୟ ସଙ୍ଗରୋଧରେ ନେବା ପାଇଁ ଦାବି କରିଛନ୍ତି । ମାତ୍ର ଏଠି ପ୍ରଶ୍ନ ଉଠୁଛି ନିଶିମଳା ସ୍କୁଲରେ କରାଯାଇଥିବା ସଙ୍ଗରୋଧ ଗୃହ କାହା ପାଇଁ ।  ଆଉ ବିଡିଓ ମହାଶୟ ତୁରନ୍ତ ଘଟଣାସ୍ଥଳକୁ ଆସି ଘଟଣା ବୁଝିବା ସହ ତାଙ୍କୁ ସଙ୍ଗରୋଧର ନିୟମ ରହିଥିବା ବେଳେ ସେ କିମ୍ଭା ନୋଡାଲ ଅଧିକାରୀ ଘଟଣାସ୍ଥଳକୁ ନଆସି  ତାଙ୍କୁ ଫେରାର କରିବାକୁ ଉଦ୍ୟମ କଣ ପାଇଁ କରିଥିଲେ । ଏହି ସମାନ୍ୟ କଥା ଜିଲ୍ଲାପାଳଙ୍କ ପାଖକୁ ଗଲା କାହିଁକିଁ । କିପରି ତାହାରେ ବଡଚଣାର ବିଡିଓ କରୋନା ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଅନ୍ୟପଟରେ ବଡଚଣାର କିଛି ଯନ୍ତ୍ରୀ ଏବଂ କିଛି ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ସ୍ଥାନୀୟ ବ୍ୟଙ୍କ ପକ୍ଷରୁ ସେମାନଙ୍କ ବ୍ୟବହାର ପାଇଁ  ଦିଆଯାଇଥିବା କିଛି ସାନିଟାଇଜର ଏବଂ ମାକ୍ସକୁ ବିଡିଓ ମାଡିବସି କଣ କରିଛି ଏପରକି ବ୍ଲକ ପରିସରରେ ପାନଛେପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅସନା ଅବାର୍ଜନରେ ପୂର୍ଣ୍ଣ କରିଥିବା ବେଳେ ତାହାକୁ ସାମନ୍ୟ ତମ ଭାବେ ସ୍ୱଚ୍ଛ କରିବାକୁ ପ୍ରୟାସ କରିନାହିଁ  । ଏଭଳି ବିଡିଓଙ୍କ ଉପରେ ସାଧରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Related Posts

About The Author

Add Comment