ନୂଆପଡା, ୨୩/୦୮/୨୦ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଏକାଦଶ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ ଓଡିଶା ସରକାରଙ୍କ ସଂକ୍ରାମକ ରୋଗ ନିନାଦ ବିଭାଗର ଉପ-ନିର୍ଦ୍ଦେଶକ ଡାକ୍ତର ମଦନ ମୋହନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମହାମାରୀର ସଂକ୍ଷିପ୍ତ ଇତିହାସ ଏବଂ ସେମାନେ କିପରି ଜନସାଧାରଣଙ୍କୁ ପ୍ରଭାବିତ କରିଛନ୍ତି, ଏଥିରେ ପ୍ରତିନିଧି, ପରିବେଶ ଏବଂ ଜନସାଧାରଣଙ୍କ କର୍ତ୍ତବ୍ୟ ବିଷୟରେ ଆଲୋଚନା ହେଇଥିଲା । ମହାମାରୀର ମୁକାବିଲା ପାଇଁ ବିଭିନ୍ନ ନୀତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ କିପରି ମହାମାରୀକୁ ମୁକାବିଲା କରିବାରେ ସହାୟକ ହୋଇପାରିବ ସେ ବିଷୟରେ ଉକ୍ତ ୱେବିନାର୍ ରୁ ନିର୍ଯ୍ୟାସ ବାହାରିଛି । ଆଜୀବନ ସଦସ୍ୟ,ରୋଟାରିଆନ୍ ତଥା ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳର ଡାକ୍ତର ସୁଧିର ରଂଜନ ନାୟକ ପୌରହିତ୍ୟ କରିଥିବା ସ୍ଥଳେ ଆଜୀବନ ସଦସ୍ୟ ତଥା ନାଲ୍କୋ ହସ୍ପିଟାଲ୍, ଅନୁଗୋଳ ର ଡାକ୍ତର ଅଭିଋପ ମିଶ୍ର ସଂଯୋଜନା କରିଥିଲେ ।ପ୍ରାରମ୍ଭରେ ସ୍ୱାତି ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ର ତମସା ଦଳର ପାର୍ଥସାରଥି ସାହୁ, ସଂଜୟ ମୁଖି ଏବଂ ଦିଲେଶ୍ୱର ବିଶୋଇ ପ୍ରମୁଖ ସଭା ପରିଚାଳନା କରିଥିଲେ । ସଂସଦର ଆଜୀବନ ସଦସ୍ୟ ତଥା ନେହେରୁ ଯୁବ କେନ୍ଦ୍ର, କଳାହାଣ୍ତି ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା l ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ଜଗନ୍ନାଥ ସଂସ୍କୃତିରେ ସର୍ବଧର୍ମ ସମନ୍ୱୟ ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ ସୂଚନା ପ୍ରଦାନ କରିଥିଲେ।
କରୋନାର ନିନାଦିୟ ବୈଶିଷ୍ଟ୍ୟ ୱେବିନାର୍ ଆୟୋଜିତ
|
August 23, 2020 |