ବାରିପଦା, ୨୬/୯(ସନ୍ଧାନ ନ୍ୟୁଜ୍):- କରୋନା ସଂକ୍ରମିତ ରୋଗୀଙ୍କ ଶବ ସତ୍କାରକୁ ବିରୋଧ କରି ବାରିପଦାସ୍ଥିତ ରଘୁନାଥପୁର ଅଞ୍ଚଳବାସୀ ବୁଧବାର ବାରିପଦା-କୋଷ୍ଠା ରାଜ୍ୟ ରାଜପଥକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉଦ୍ଧକ୍ତ ମହିଳାପୁରୁଷମାନେ ଦୀର୍ଘ ୬ଘଣ୍ଟାରୁ ଉଦ୍ଧି ରାସ୍ତାରୋକୋ କରିବା ସହିତ ଜିଲ୍ଲାପାଳ ସମାଧାନ ନ କରିବା ଯାଏ ରାସ୍ତାରୁ ହଟିବୁ ନାହିଁ ବୋଲି ଅଡ଼ି ବସିଥିଲେ। ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଗୁରୁବାର ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଜିଲ୍ଲାରେ ପ୍ରତିଦିନ ଶହ ଶହ ରୋଗୀ ଚିହ୍ନଟ ହୋଇ ବାଙ୍କିଶୋଳରେ ଥିବା -କୋଭିଡ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ପ୍ରତିଦିନ ଏହି ଡାକ୍ତରଖାନାରେ ରୋଗୀ ମୃତ୍ୟୁବରଣ କରୁଥିବା ବେଳେ ମୃତକ ପରିବାରକୁ ଶବ ହସ୍ତାନ୍ତର କରା ନ ଯାଇ ପ୍ରଶାସନ ପକ୍ଷରୁ ସତ୍କାର କରାଯାଉଛି । ଡାକ୍ତରଖାନା ପରିସରରେ ଶବ ସତ୍କାର କରା ନ ଯାଇ ସେଠାରୁ ୨କି.ମି. ଦୂର ରଘୁନାଥପୁର ଅଞ୍ଚଳର ମଇଳା ଖାଦାନଠାରେ ରୋଗୀଙ୍କ ଶବ ପୋଡିବା ଦ୍ବାରା ୱାର୍ଡ ନଂ ୨୨ ସମେତ ଆଖପାଖ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ସଂକ୍ରମଣର ଭୟ ରହୁଛି। ପରେ ପରିସ୍ଥିତି ସ୍ବାଭାବିକ ହୋଇଛି । ଏପରିକି ଶବ ପୋଡିବାଠାରୁ ଅଳ୍ପ ଦୂରରେ ରାଜପଥରେ ହଜାର ହଜାର ଲୋକ ଚଳପ୍ରଚଳ କରୁଥିବା ବେଳେ ପଥଚାରୀମାନେ କରୋନା ଶିକାର ହେବା ଭୟକୁ ନେଇ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ପୂର୍ବତନ ମ୍ୟୁନିସିପାଲିଟି ଅଧ୍ୟକ୍ଷ ରାଜ ଶିବ ନାରାୟଣ କିସ୍କୁଙ୍କ ନେତୃତ୍ବରେ ଶତାଧକ ମହିଳା ପୁରୁଷମାନେ ଏକାଠି ହୋଇ ପ୍ରତିବାଦ କରିବା ସହିତ ଶବ ପୋଡ଼ିବା ସ୍ଥାନ ପରିବର୍ତ୍ତନ କରାଯାଇ ଉପଯୁକ୍ତ ସ୍ଥାନରେ ସତ୍କାର କରିବାକୁ ଦାବି କରିଥିଲେ । ଘଟଣାସ୍ଥଳରେ ଏସ୍ଡିପିଓ କେ.କେ.ହରିପ୍ରସାଦ, ମ୍ୟୁନସିପାଲଟି କନିଷ୍ଠଯନ୍ତ୍ରୀ ମନମୋହନ ମହାପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ଜିଲାପାଳ ଅନୁପସ୍ଥିତ ଥିବାରୁ ଗୁରୁବାର ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ଶିବ ସତ୍କାର କରାଯିବ ବୋଲି ତହସିଲଦାର ଓ ରାମଚନ୍ଦ୍ର ସୋରେନ୍ ପ୍ରତିଶ୍ରୁତି ଦେବା |
କରୋନା ସଂକ୍ରମିତଙ୍କ ଶବ ସଂସ୍କାରକୁ ବିରୋଧ
|
September 26, 2020 |



