କରୋନା ଯୋଦ୍ଧା: ଅଙ୍ଗନବାଡି ସୁପରଭାଇଜର ପ୍ରେମଲତା

Spread the love

ଧର୍ମଶଳା, ୦୪/୦୫ (ସନ୍ଧାନ ନିୟୁଜ୍/ମାନସ ରାଉତ): କରୋନାର ଭୟ ଏବେ ପ୍ରାୟ ସମସ୍ତଙ୍କୁ ଘାରିଥିବା ଏଥିରେ କିନ୍ତୁ ବିଚଳିତ ହୋଇନାହାଁନ୍ତି ମହିଳା ଅଙ୍ଗନବାଡି ସୁପରଭାଇଜର ପ୍ରେମଲତା ବିଶ୍ୱାଳ । ଧର୍ମଶଳା ବ୍ଲକରେ ଅଙ୍ଗନବାଡି ସୁପରଭାଇଜର ଭାବରେ କାର୍ଯ୍ୟାଭାର ସମ୍ଭାଳୁଥିବା ପ୍ରେମଲତା କରୋନା ଭୟକୁ ପଛରେ ପକାଇ ଅଙ୍ଗନବାଡିର କୁନି କୁନି ପିଲାମାନଙ୍କର ଭଲ ମନ୍ଦ ବୁଝିବା ପାଇଁ ପ୍ରତ୍ୟେକ ଦିନ କର୍ମକ୍ଷେତ୍ରକୁ ଧାଇଁ ଯାଉଛନ୍ତି । ଧର୍ମଶାଳା ବ୍ଲକର ତାଳଜଙ୍ଗ ୨୧ନଂ ଓ କମାଗଡ଼ ୨୩ନଂ ସେକ୍ଟର ଦାୟିତ୍ୱରେ ରହିଥିବା ଏହି ମହିଳା କରୋନା ଯୋଦ୍ଧା ଏବେ ସବୁ ସେଣ୍ଟରକୁ ଯାଇ କର୍ମୀମାନଙ୍କର କାର୍ଯ୍ୟ ତଦାରଖ କରିବା ସହିତ ସେମାନଙ୍କୁ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇବାକୁ ବୁଝାଉଛନ୍ତି । କରୋନା ଗାଇଡଲାଇନ ଅନୁଯାଇ ଅଙ୍ଗନବାଡି ପିଲାମାନଙ୍କର ପ୍ରତ୍ୟେକ ଦିନର ଖାଦ୍ୟସାରଣୀ ଅନୁଯାଇ ସେମାନଙ୍କ ଘରେ ପହଞ୍ଚା ଯାଉଛି କି ନାହିଁ ତାର ତଦାରଖ କରୁଛନ୍ତି । ଆବଶ୍ୟକ ଅନୁଯାଇ ପିଲାମାନଙ୍କର ଘରେ ପହଞ୍ଚି ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେଉଛନ୍ତି । ଏପରି ସମୟରେ ସ୍ୱାମୀ ବିରଂଚି ନାୟକ ତାଙ୍କର ମନୋବଳକୁ ବଢାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦୦୦ଟଙ୍କା ଦେଇ ରସିଦ ପାଇଛନ୍ତି । ପ୍ରେମଲତାଙ୍କର ଏ ଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Related Posts

About The Author

Add Comment