କରୋନା ପରିସ୍ଥିତିରେ ପରୀକ୍ଷା ସମ୍ଭବ ହେଁ : ଉଚ୍ଚଶିକ୍ଷା ମନ୍ତ୍ରୀ
କରୋନା ପରିସ୍ଥିତିରେ ପରୀକ୍ଷା ସମ୍ଭବ ହେଁ : ଉଚ୍ଚଶିକ୍ଷା ମନ୍ତ୍ରୀ
Manas Kumar Rout |
April 19, 2020 |
ଭୁବନେଶ୍ୱର,୧୯/୦୪ (ସନ୍ଧାନ ନିଉଜ) : ରାଜ୍ୟରେ କରୋନା ମୁକାବିଲା ପାଇଁ ଲକଡାଉନ୍ ଜାରି ରହିଛି। ଏଭଳି ପରିସ୍ଥିତିରେ କୌଣସି ପରୀକ୍ଷା କରିବା ସମ୍ଭବ ନୁହଁ। ଲକଡାଉନ୍ ଖୋଲିବା ପରେ ଏନେଇ ନିଷ୍ପତ୍ତି ନିଆଯିବ। ଏହା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।କରୋନା ପାଇଁ ଲକଡାଉନ୍ ଘୋଷଣା ହେବାରୁ ବିଭିନ୍ନ ପରୀକ୍ଷା ବାକି ରହିଛି। ଏହି କାରଣ ପାଇଁ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିଛନ୍ତି। ଏହା ଉପରେ ମତ ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି କହିଛନ୍ତି ଆସନ୍ତା ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେଣୁ ଲକଡାଉନ୍ ଖୋଲିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।
Related Posts
About The Author