କରୋନା ଆଳରେ ସରକାରୀ ନିୟମ କାନୁନକୁ ଫୁ ; ନିରୀହ ଲୋକଙ୍କୁ ମାନସିକ ନିର୍ଯାତନା

Spread the love

ବାରିପଦା ୩୦/୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କରୋନାରୁ ମୁକ୍ତି ପାଇବା ପାଇଁ ସରକାର ନିୟମ ପ୍ରଣୟନ ସହିତ କେତେକ ସଂଯମତା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ସରକାର ବାର‌ ବାର ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଚାର କରି ଚାଲିଛନ୍ତି ଯେ, ରୋଗୀକୁ ନୁହେଁ ରୋଗୀକୁ ଘୃଣା କରନ୍ତୁ । ମାତ୍ର ଏସବୁ ସତ୍ତ୍ୱେ କେତେକ ଅସାମାଜିକ ବ୍ୟକ୍ତି ସରକାରଙ୍କ ମାର୍ଗଦର୍ଶିକାକୁ ଭୁଲ ନିଜେ ନିଜେ ନିୟମ ପ୍ରଣୟନ କରି ମାମଲତକାରୀ କରୁଛନ୍ତି । ଏପରିକି କେତେକ ସ୍ଥାନରେ ନିଜେ ନିଜେ ପ୍ରଶାସନ, ସରକାର ଏବଂ କୋର୍ଟ ସାଜି ସମାଜରେ ଏକ ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଏବେ କରୋନା ଭୟ ସବୁଠି ବ୍ୟାପି ଥିବା ବେଳେ ଏହି ବ୍ୟକ୍ତିମାନେ କରୋନା ଆଳରେ ନାରିହ ଓ ଭଦ୍ରଲୋକଙ୍କୁ ଏକ ଘରକିଆ କରି ବା ସହିତ ଦାଦାଗିରି କରିବାକୁ ପଛାଉ ନାହାନ୍ତି । ଏପରିକି ବିନା କାରଣରେ ହାଲ୍ଲାଗୁଲ୍ଲା କରି ଏକ ପ୍ରକାର ମିଥ୍ୟା ଅପପ୍ରଚାର କରିବା ସହ ମାନସିକ ନିର୍ଯାତନା ଦେଉଛନ୍ତି । କରୋନା ଆକ୍ରାନ୍ତ ହୋଇ ବାଙ୍କିଶୋଳ କୋଭିଡ୍ ହସ୍ପିଟାଲରୁ ଚିକିତ୍ସା ପରେ ସୁସ୍ଥ ହୋଇ ନିକଟରେ ଘରକୁ ଫେରିଥିବା ୨୫ନଂ ଓ୍ବାର୍ଡର ବିଜେପି ନେତା ହୋଟେଲାଲ ଫେସବୁକ୍ ମାଧ୍ୟମରେ ବଖାଣି ପ୍ରଶାସନକୁ ଏବାବଦରେ ମଧ୍ୟ ଅଧିକ ଯତ୍ନବାନ ହେବା ପାଇଁ ଅନୁରୋଧ କରିଛନ୍ତି । ଛେଟେଲାଲ ନିଜେ ପଜିଟିଭ ବୋଲି ଜଣା ପଡ଼ିବା ପରେ କିଭଳି ଭାବେ ପାଖପଡୋସୀ ତାଙ୍କ ପରିବାରକୁ ଏକ ପ୍ରକାର ହିନ ଚକ୍ଷୁ ରେ ଦେଖିବା ସହିତ ମାନସିକ ନିର୍ଯାତନା ଦେଇଥିଲେ ତାହା ବୟାନ କରିଛନ୍ତି । ଖାଲି ସେତିକି ନୁହେଁ ଆଶାକର୍ମୀଙ୍କ ସହିତ ଆସିଥିବା ସରକାରୀ କର୍ମଚାରୀ ମାନେ ଏକ ପ୍ରକାର ର୍ଦୁବ୍ୟବହାର କରିଥିବା ଘଟଣା କେଉଁଠି ନା କେଉଁଠି ଆମ ସମାଜରେ ଏକ ହୀନମାନସିକତାକୁ ସୂଚାଉଛି । ଅନ୍ୟକୁ ଭଲପାଇବା ଆଦର କରିବା ଅନ୍ୟର ଅସୁବିଧା ଯାଇ ଛିଡାହେବା ପରିବର୍ତ୍ତେ କରୋନା ଆଳରେ ସତେ ଯେମିତି ସମାଜ ରୂପକ ଚେରକୁ ଭୟ ଚରି ଯାଉଛି ଏବଂ ମାନବିକତା , ସମ୍ବୋଦନଶୀଳତା, ସହୃଦୟତା ମରିଯାଉଛି ଏ କଥା ପ୍ରତିୟମାନ ହେଉଛି । ଛୋଟେଲାଲ ମହାନ୍ତିଙ୍କ ପରି ଜଣେ ବିଜେପି ତୃଙ୍ଗନେତା ତଥା ପ୍ରଭାବଶାଳୀ ନେତ୍ରୀଙ୍କ ପରିବାର ଯଦି ଏଭଳି ଅପବ୍ୟବହାର ର ଶିକାର ହୁଅନ୍ତି ତେବେ ଗ୍ରାମାଞ୍ଚଳର ଅପହଞ୍ଚ ଇଲାକାରେ ସାଧାରଣ ଲୋକଙ୍କ ପ୍ରତି କି ପ୍ରକାର ବ୍ୟବହାର କରାଯାଉଥିବ ତାହା ସ୍ପଷ୍ଟ ଅନୁମେୟ ।

  ଏଠାରେ ସେହି ୨୫ ନଂ ଓ୍ଵାର୍ଡ ଆଉ ଏକ ଘଟଣା ଉଲ୍ଲେଖ କରାଯାଇ ପାରେ । ଗୋଆରେ ରହି ବ୍ୟବସାୟ କରୁଥିବା ୨୫ ନଂ ଓ୍ଵାର୍ଡର ଜଣେ ସ୍ଥୟୀ ବାସିନ୍ଦା ଗତ ୨୪ ତାରିଖରେ ନିଜ ଘରକୁ ଫେରି ଗୃହ ସଂଗରୋଧ (ହୋମ କ୍ବାରେନଣ୍ଟାଇନ୍) ରେ ରହିଲେ । ସରକାରଙ୍କ ନିୟମ ଅନୁଯାୟୀ ବାହାରକୁ ବାହାରି ନଥିଲେ । ୨୫ ନଂ ଓ୍ଵାର୍ଡ ସ୍ବଚ୍ଛସେବି ମମତା ମିଶ୍ର ୨୫ ତାରିଖ ସନ୍ଧ୍ୟାରେ ଆସି କାହିଁକି ତାଙ୍କୁ କୁହାଯାଇନାହିଁ ବୋଲି ପାଟିତୁଣ୍ଡ ଆରମ୍ଭ କଲେ । ପୁଣି ତା ପରଦିନ ଆଶାକର୍ମୀଙ୍କ ସହିତ ସିଏ ଏବଂ ତାଙ୍କର ସ୍ବାମୀ ବିଚିତ୍ର ଭୁଆଁ ଆସି କାନ୍ଥରେ ପୋଷ୍ଟର ମାରିବା ସହ ଘରୁ ବାହାରକୁ ଗୋଡ କାଢିଲେ ପୂରା ଘରସିଲ୍ କରିବାକୁ ଧମକ ଦେଇଥିଲେ । ଏଠାରେ ପ୍ରଶ୍ନ ହେଉଛି ସରକାରଙ୍କ ନିୟମ ଅନୁଯାୟୀ ଜଣେ ଭଦ୍ରବ୍ୟକ୍ତି ନିଜ ଘରେ ହୋମ କ୍ବାରେନଣ୍ଟାଇନ୍ ରହୁଥିବା ବେଳେ  କରୋନା ଆଳରେ ଏଭଳି ଅପବ୍ୟବହାର କରିବାକୁ ସେମାନଙ୍କୁ ଅଧିକାର ଦେଲା କିଏ ? ଏହା ଛଡ଼ା ନିଜକୁ ମ୍ୟୁନିସିପାଲିଟିର କର୍ମଚାରୀ କହି ନିଜ ସ୍ଵାମୀଙ୍କ ସହ ଆସିଥିବା ମହିଳଜଣଙ୍କ ସ୍ବାମୀ ମଧ୍ୟ କାହିଁକି ନିଜକୁ ସର୍ବେସର୍ବା ଭାବି ମାମଲତକାରୀ କଲେ ? କଥା ସେତିକିରେ ସରିଲା ନାହିଁ ଏପରିକି ସାହିରେ ଥିବା ଦୋକାନୀକୁ ମଧ୍ୟ ଧମକ ଦେଲେ କହିଲେ ଯେ ଯଦି ତାଙ୍କ ଘରକୁ ସଉଦେବ ତାଙ୍କ ଦୋକାନକୁ ସିଲ୍ କରେଇ ଦେବେ । ପୁଣି ଘରଘର ବୁଲି ସାହିରେ ଏକ ଘରକିଆ କରିବାକୁ ଏକପ୍ରକାର ଅପପ୍ରଚାର ଚଳାଇଥିବା ବେଳେ ପୈାରପରିଷଦ ପକ୍ଷରୁ ଅଳିଆ ଆବର୍ଜନା ନେବାକୁ ନିୟମିତ ଆସୁଥିବା ଗାଡିକୁ ମଧ୍ୟ ଅଳିଆ ନେବାକୁ ବାରଣ କରିବା ଘଟଣା କୋଭିଡ ନିୟମ ଖୋଲାଖୋଲି ଉଲଂଘନ ହେଉଛି । ପୁଣି ବରିଷ୍ଠ ନାଗରିକଙ୍କ ମାନ ସମ୍ମାନ ଆତ୍ମମର୍ଯ୍ୟଦା ଓ ପ୍ରତିଷ୍ଠା ରେ ଆଞ୍ଚ ଆସିବା ଭଳି କଥାବାର୍ତା କରି ମାନସିକ ନିର୍ଯାତନା ଦେବା ଘଟଣା ଭାତ ହାଣ୍ଡିକୁ ଗୋଟିଏ ଭାତ ପରି ଏକ ଉଦାହରଣ ମାତ୍ର । ଏ ସମସ୍ତ ଘଟଣା କୋରନା ଆଳରେ କେତେକ ସ୍ବାର୍ଥନ୍ବେଷୀ ଗୋଷ୍ଠୀଙ୍କର ଦାଦାଗିରି କୁ ସୂଚାଉଥିବାରୁ ପ୍ରଶାସନ ଏ ବାବଦରେ ଅଧିକ ସଚେତନ ହୋଇ ସତର୍କ ଦୃଷ୍ଟି ରଖିବାକୁ ଦାବି ହେଉଛି ।

Related Posts

About The Author

Add Comment