କମିଶନରେଟ୍‌ ପୋଲିସ୍‌ ଠାରୁ ଜିତିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ

Spread the love
ଭୁବନେଶ୍ୱର ୨୦ /୦୧/୨୦୨୦ (ସନ୍ଧାନ ନିଉଜ) : ଫୁରୁସତରେ କ୍ରିକେଟ୍‌ ମ୍ୟାଚ୍‌ । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଲେ କମିଶନରେଟ୍‌ ପୋଲିସ୍‌ ଏକାଦଶ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ‘ଓସଜା’ ଏକାଦଶ । ଭୁବନେଶ୍ୱର ବାର୍‌ ଆସୋସିଏସନ୍‌ ପକ୍ଷରୁ ପ୍ରଶାନ୍ତ ମେମୋରିଆଲ ଟି-୨୦ ଲୟର୍ସ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଆଜି ସକାଳେ କମିଶନରେଟ୍‌ ପୋଲିସ୍‌ ଏବଂ ଓସଜା ମଧ୍ୟରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା । ପୋଲିସ୍‌ ଏକାଦଶକୁ ହରାଇ ବିଜୟୀ ହୋଇଛି । ଟସ୍‌ ଜିତି କମିଶନରେଟ୍‌ ପୋଲିସ୍‌ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪ ଓ୍ଵିକେଟ୍‌ ହରାଇ କରିଥିଲା ୧୭୬ ରନ୍‌ । ଏହାର ଜବାବରେ ଓସ୍‌ଜା ଏକାଦଶ ୮ ଓ୍ଵିକେଟ୍‌ ବିନିମୟରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା ।

Related Posts

About The Author

Add Comment