କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ବିରୁଦ୍ଧରେ ଅଭିଯୋଗ

Spread the love

କନ୍ଧମାଳ, ୨୫/୦୫ (ସନ୍ଧାନ ନିଉଜ) : କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ବିରୁଦ୍ଧରେ ଏକ୍ସପାଏର ଡେଟର ସାମ୍ପୁଲ ମେଡ଼ିସିନ ଦେଇ ପଇସା ନେଇ ଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ କରୋନା ଯୋଦ୍ଧା ନାମରେ ଆଖ୍ୟା ଦେଇଛନ୍ତି। କରୋନା ସହ ଲଢୁ ଥିବା ଏହି ଯୋଦ୍ଧା ଙ୍କ ଉପରେ ଭରଷା ବିଶ୍ବାସ ରେ ରୋଗୀ ଯାଆନ୍ତି ଯେ ମୋର ହୋଇଥିବା ରୋଗ କୁ ଠିକ୍ ଭାବରେ ଚିକିତ୍ସା କରିବେ ଡାକ୍ତର। ଯଦି ଡାକ୍ତର ରୋଗୀଙ୍କ ଠାରୁ ପଇସା ନେଇ ତାରିଖ ଚାଲିଯାଇଥିବା ଔଷଧ ଦିଅନ୍ତି ତ ରୋଗୀର ଜୀବନ ପ୍ରତି ସଙ୍କଟ ପୂର୍ଣ୍ଣ ହୋଇଯାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଘରୋଇ କ୍ଲିନିକ କରିଥିବାର ଡାକ୍ତର୍ ଚିନାରି ନାରାୟଣ ସୁବୁଦ୍ଧି। କେରେଡ଼ି ଗ୍ରାମର ରହୁଥିବା ସୁକାନ୍ତି ସାହୁ ଙ୍କ ବହୁଦିନ ହେଲା ଗୋଡ ରେ ଯନ୍ତ୍ରଣା ହେବାରୁ ଚାଲବୁଲ କରିବା ସମ୍ଭବ ହୋଇପାରୁ ନ ଥିଲା। ଘରୋଇ କ୍ଲିନିକ୍ କରିଥିବା ଡଃ. ଚିନାରି ନାରାୟଣ ସୁବୁଦ୍ଧି ସୁକାନ୍ତି ଙ୍କ ଚିକିତ୍ସା କରୁଥିଲେ। କିନ୍ତୁ ଗତ କିଛିଦିନ ତଳେ ସୁକାନ୍ତି ଅଧିକ ଯନ୍ତ୍ରଣା ହେବାରୁ ପୁଣି ଦେଖେଇବାକୁ ଯାଇଥିଲେ। ଡଃ ଚିନାରି ନାରାୟଣ ସୁବୁଦ୍ଧି ଉକ୍ତ ରୋଗୀଙ୍କ ଠୁ ନଅ ଶହ ଟଙ୍କା ରଖି ୨୦୧୫ ରେ ଡେଟ୍ ଚାଲିଯାଇଥିବା ଔଷଧ ଦେଇଛନ୍ତି ବୋଲି ଘର ଲୋକ ଅଭିଯୋଗ କରିଛନ୍ତି। ତାହା ସଙ୍ଗେ ସଙ୍ଗେ ପଇସା ଲୋଭରେ ବଜାରରେ ବିକ୍ରି ପାଇଁ ନିର୍ଦେଶ ନଥିବା ଔଷଧ କୁ ରୋଗୀକୁ ଦେଇ ଥିବା ଅଭିଯୋଗ ଆଣିଛନ୍ତି ଘର ଲୋକେ। କିନ୍ତୁ ଏହି ସମ୍ପର୍କରେ ଆମେ ଡଃ. ସୁବୁଦ୍ଧି ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ କିଛି କହିବାକୁ ମନା କରିଦେଇଥିଲେ।

Related Posts

About The Author

Add Comment