କଟକ ୨୮/୦୩ (ସନ୍ଧାନ ନିଉଜ) ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର (ଏକାଦଶ ଶ୍ରେଣୀ) ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ମହାପାତ୍ରଙ୍କ ପୌରୋହିତ୍ୟରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଉକ୍ତ ସଭାରେ ତାଲିମ ଶିବିର ମୁଖ୍ୟ ସଂଯୋଜିକା ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟ ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ,ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଅଲେଖ ଚନ୍ଦ୍ର ସାହୁ ଅଧ୍ୟକ୍ଷକଙ୍କ ସହ ମଞ୍ଚାସୀନ ଥିଲେ। ଏଥିସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରି ଓ ଏକାଦଶ ଶ୍ରେଣୀର ଛାତ୍ରୀ ମାନେ ବହୁଳ ପରିମାଣରେ ଉପସ୍ଥିତଥିଲେ। ସଭାରେ ସମ୍ମାନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର କଲେଜ ତରଫରୁ ପ୍ରିଶିକ୍ଷଣ ନେଉଥିବା ଛାତ୍ରୀ ମାନକୁ ନିର୍ଦ୍ଧିଷ୍ଟ ତାଲିମ ପୋଷାକ ଦେବାପାଇଁ ଆଶ୍ୱାସନା ଦେଇଥିଲେ। ପରେ ଉପସ୍ଥିତ ମାଷ୍ଟର ଟ୍ରେନର ଭାଗ୍ୟଲକ୍ଷ୍ମୀ ପରିଡ଼ା ବାଳିକାମାନଙ୍କୁ ତାଲିମ କୌଶଳ ଶିଖାଇଥିଲେ। ଏହି ପ୍ରକ୍ରିୟା କ୍ରମାଗତ ଆଠଦିନ ଧରି ଚାଲି ଅପ୍ରିଲି ୫ ତାରିଖରେ ସମାପ୍ତ ହେବବୋଲି ମୁଖ୍ୟ ସଂଯାଜିକା ଶ୍ରୀମତୀ ରାଉତରାୟ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଦନାଥ ପଣ୍ଡା, ବିଜୟ ସାହୁ, ହରି ଗୋଛାୟତ, ସଂଗ୍ରାମ ବେହେରା ଓ ଅଧ୍ୟାପକ ଏସ. ଚକ୍ରବର୍ତ୍ତୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।
କନ୍ଦରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ୍
|
March 28, 2022 |



