କନାକୁଣ୍ଡରେ ଅନବରତ ମୃତ୍ୟୁ ର ତାଣ୍ଡବ,ପ୍ରଶାସନ ପାଖରେ ଜୀବନର ମୁଲ୍ୟ କିଛି ନାହିଁ

Spread the love

ସୁନ୍ଦରଗଡ ତା:୧୫/୧୨/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ମୃତ୍ୟୁ ର ତାଣ୍ଡବ ଲୀଳା ଗୋଟିକ ପରେ ଗୋଟିଏ ଲାଗି ରହିଥିବା ବେଳେ ଜୀବନର ମୁଲ୍ୟ କିଛି ନାହିଁ । ସୂଚନା ଅନୁସାରେ  ବାଲିସଙ୍କରା ବ୍ଲକ ଅନ୍ତର୍ଗତ କାନାକୁଣ୍ଡ ରାଜ୍ୟର ପର୍ଯ୍ୟଟନ ସ୍ଥଳ ଥିବାବେଳେ ସ୍ଵୀକୃତି ଥିବାବେଳେ ତାର ପ୍ରତିଛବି ବିପରୀତ ।ସରକାରଙ୍କ ନଜର  ପଡୁ ନ ଥିବା କାରଣରୁ ପର୍ଯ୍ୟଟକ ତଥା ବଣଭୋଜି ପାଇଁ  ଆସୁଥିବା ଲୋକେ ମୃତ୍ୟୁ ମୁଖରେ ବାରମ୍ବାର ପଡ଼ିଥିବା ଦେଖିବାକୁ ମିଳୁଛି ।ପର୍ଯ୍ୟଟନ  ସ୍ଥଳର ବିକାଶ ନ ହେବା କାରଣରୁ ଲୋକଙ୍କ ଜୀବନ ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ତା ସହିତ ଅଞ୍ଚଳ ପ୍ରଶାସନ ର ଅପାରଗତା କୁ ଦର୍ଶାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଗତ ୧୩.୧୧.୨୦୨୫ ରେ ରାଉରକେଲା  ଏନ.ଆଇ. ଟି ରୁ ପାଞ୍ଚଜଣ ଛାତ୍ର ଏହି କନାକୁଣ୍ଡ କୁ ବୁଲିବାକୁ ଆସିଥିଲେ । ଏଥି ମଧ୍ୟରୁ ଚାରି ଜଣ ହଷ୍ଟେଲ ରେ ରହୁଥିବା ସୂଚନା ଥିବାବେଳେ ଆଉଜଣେ ଡେସକୋଲର୍ ଭାବେ ପାଠ ପଢୁଥିବା ବେଳେ ତାଙ୍କ ନାମ  ଦିପେଶ ପ୍ରଧାନ(୨୬ବର୍ଷ) ଜଣାପଡିଛି । ସେ  ଗଣିତରେ ପି.ଏଚ.ଡି  କରୁଥିବା ଜଣାପଡିଛି ।ସୂଚନା ଅନୁସାରେ ସେ ଗାଧୋଇବା ସମୟରେ ତାଙ୍କ ଗୋଡ ଖସିଯିବା କାରଣରୁ ସେ ଖର ସ୍ରୋତରେ ଗଭୀର ଜଳରେ ପଶି ଯାଇଥିଲେ । ଅଗ୍ନିସମ ବିଭାଗ କୁ ଅବଗତ କଲାପରେ ସବଡେଗା,ବାଲିସଙ୍କରା ଓ  ଓଡ୍ରାଫ ଟିମ  ଘଟଣା ସ୍ଥଳେ ପହଞ୍ଚି ବହୁ ଚେଷ୍ଟା  ଚଳାଇ ଥିଲେ ।ମାତ୍ର ତାର କିଛି ସୁଫଳ ମିଳି ପାରି ନ ଥିବା ଜଣାପଡିଛି । ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି ।

Related Posts

About The Author

Add Comment