କଣ୍ଟ୍ରୋଲ ବାହାରେ କେନ୍ଦ୍ରାପଡା: କର୍ଫ୍ୟୁ ଜାରି

Spread the love

କେନ୍ଦ୍ରାପଡ଼ା ୨୪/୧(ସନ୍ଧାନ ନିୟୁଜ) କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାର ପୌର ପରିଷଦ ଅଞ୍ଚଳରେ ଆଜି ଅପରାହ୍ନ ୪ ଠାରୁ ଆସନ୍ତା କାଲି ସକାଳ ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ ବୋଲି କେନ୍ଦ୍ରାପଡା ଉପ-ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ, ଗତକାଲି କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିଥିଲା। କେନ୍ଦ୍ରପଡ଼ା ହାଇସ୍କୁଲ ପଡିଆରେ ଗତକାଲି ଗୋଟିଏ ଗୋଷ୍ଠୀ ପକ୍ଷରୁ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରିବାକୁ ଥିଲା। କେନ୍ଦ୍ରାପଡ଼ାର ସରସ୍ୱତୀ ବିଦ୍ୟାମନ୍ଦିର ପରିସରରୁ ଗୋଟିଏ ଗୋଷ୍ଠୀର ପଥ ସଂଚାଳନ ଯାତ୍ରା ଆସି ପଡିଆ ନିକଟରେ ପହଞ୍ଚିବା ସମୟରେ ଅନ୍ୟ ଗୋଷ୍ଠୀର ଶତାଧିକ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରଶାସନର ବିନା ଅନୁମତିରେ ଏଠାରେ ଏହି ଜୟନ୍ତୀ କରାଇ ଦେବେ ନାହିଁ କହି ଏହି ପଥ ସଂଚାଳନକୁ ବନ୍ଦ କରି ଦେଇଥିଲେ। ଫଳରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହୋ ହଲା ଆରମ୍ଭ ହୋଇଥିଲା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ପୋଲିସ ଉଭୟ ପକ୍ଷଙ୍କୁ ଗଣ୍ଡଗୋଳ ନକରିବାକୁ ଅନୁରୋଧ କରିଥିଲା। ହେଲେ ଗୋଟିଏ ଗୋଷ୍ଠୀ ହାଇସ୍କୁଲ ରାସ୍ତାରେ ବସିରହି ଏହାର ପ୍ରତିବାଦ କରିଥିଲେ। ରାସ୍ତାରେ ବସିରହି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରିଥିଲେ। ପ୍ରଶାସନର ଅନୁରୋଧରେ ଉଭୟ ପକ୍ଷର ସଦସ୍ୟମାନେ ପଡିଆ ଖାଲି କରିଥିଲେ। ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଜିଲା ପ୍ରଶାସନ ସାରା ସହରରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ୧୪୪ ଧାରା ଜାରି କରିଥିବା କେନ୍ଦ୍ରାପଡ଼ା ଏସ୍.ପି. ନୀତିଶେଖର ସୂଚନା ଦେଇଥିଲେ। ସହରରେ ଶାନ୍ତି ଫେରିବା ଅନୁଭବ କଲେ ୧୪୪ ଧାରା ଉଠାଇବାକୁ ପ୍ରଶାସନ ଚିନ୍ତା କରିବ ବେଲି କହିଥିଲେ ଏସ୍ ପି। ଗତକାଲି ସଂଧ୍ୟାରେ ପୋଲିସ ସହରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିଥିଲା। ଫଳରେ ସହରରେ ସମସ୍ତ ବ୍ୟବସାୟ ବନ୍ଦ ହୋଇଥିଲା। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସହରରେ ୧୪୪ ଧାରା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିଥିବାରୁ ଆଜି ସହରର ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ। କେନ୍ଦ୍ରାପଡ଼ା ସହରରେ ଏପରି ଅପ୍ରିତିକର ପରିସ୍ଥିତି ବାହରକୁ ସମ୍ପ୍ରସାରଣ ନହେବାପାଇଁ ସହରରୁ ନେଟ ସେବାକୁ ବନ୍ଦ କରିଦିଆଯାଇଛି।, ୨ ଗୋଷ୍ଠୀ ମୁହାଁମୁହିଁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଆଜି କେନ୍ଦ୍ରାପ଼ଡ଼ାରେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

Related Posts

About The Author

Add Comment