କଂଗ୍ରେସ ପକ୍ଷରୁ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଙ୍କୁ ସ୍ୱାଗତ

Spread the love
ସୁନ୍ଦରଗଡ଼, ୨୪/୦୭/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲା ର ନୂତନ ଏସପି ଭାବେ ଦାୟିତ୍ୱ ନେଇଛନ୍ତି IPS ସାଗରିକା ନାଥ ! ଆଜି ସନ୍ଧ୍ୟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବେଣୁମାଧବ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ପ୍ରତନିଧି ଦଳ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଙ୍କୁ ସାକ୍ଷାତ କରିଥିଲେ ଏବଂ ସୁନ୍ଦରଗଡ଼ ର ଟ୍ରାଫିକ ସମସ୍ୟା ବିଶେଷ କରି ହସ୍ପିଟାଲ ଛକ ରୁ ମିଶନ ଛକ କୁ ଯିବା ରାସ୍ତା ରେ ଲୋକଙ୍କ ବହୁତ ଭିଡ ରହୁଛି ଜନସାଧାରଣ ଙ୍କୁ ଯିବା ଆସିବା ପାଇଁ ଅନେକ ସମସ୍ୟା ଦେଖାଯାଉଛି ଏହି ରାସ୍ତା କୁ କିପରି ଟ୍ରାପିକ ମୁକ୍ତ କରିବା ଓ ରାତ୍ରି ପେଟ୍ରୋଲିଙ୍ଗ କୁ ଜୋର କରିବା ପାଇଁ ଅନୁରୋଧ କରିଥିଲେ।
। ଅନ୍ୟମାନଙ୍କ ମଧ୍ୟ ରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ପ୍ରଦେଶ କଂଗ୍ରେସ ସେବା ଦଳ ର ସମ୍ପାଦକ ମୁନୁ ସରାଫ, କାଳୀପଦ ସାମଲ, ପ୍ରଦିପ କୁମାର ସିଂ, ନରେନ୍ଦ୍ର କୁମାର ସିଂ, ସତ୍ୟନାରାୟଣ ସାହୁ, ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ କୁମାର ସୁନାନି,କମଲେଶ ଵେନିୱଲ, ବିଶ୍ଵଜିତ ପଟ୍ଟନାୟକ, ନେପାଳ ଚନ୍ଦ୍ର ସାହୁ,ପ୍ରମୁଖ ଉପସ୍ଥିତ ଥିଲେ !

Related Posts

About The Author

Add Comment