ଓୟୁଜେ ପକ୍ଷରୁ ପାଂଚଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

Spread the love

ଯାଜପୁର ସଦର,୨୩ା୦୭(ସନ୍ଧାନ ନ୍ୟୁଜ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେ ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ପାଂଚ ଦଫା ଦାବି ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ୮ଜଣିଆ ପ୍ରତିନିଧି ଦଳ ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରି ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମ୍ବାଦିକ ମାନଙ୍କ ପେନସନ୍ ଲାଗୁ କରିବା ପାଇଁ ପାଂଚ ଦଫା ଦାବି ପତ୍ର ଦେବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟରେ ଅନ୍ତଭୁକ୍ତ ହୋଇଥିବା ସାମ୍ବାଦିକ ମାନଙ୍କ ପାଇଁ ୨ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୫ଲକ୍ଷ ଟଙ୍କା କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଦାବିପତ୍ର ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ରାଜ୍ୟ ସାଂସଦ ମାନସରଂଜନ ମଙ୍ଗରାଜ ଉପସ୍ଥିତ ରହିଥିବା ବେଳେ, ଯାଜପୁର ବିଧାୟକ ଯୁବ ସାଂଙ୍ଗଠାନିକ ସମ୍ପାଦକ ପ୍ରଣବ ପକାଶ ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ଯାଜପୁର ଓୟୁଜେର ବରିଷ୍ଠ ସଭ୍ୟ ରାଜିବ କୁମାର ମହାନ୍ତି ଯୋଗଦେଇଥିବା ବେଳେ, ବିରଷ୍ଠ ସାମ୍ବାଦିକ ଚିନ୍ମୟ ମାହପାତ୍ର ଯୋଗଦାନ କରିଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟାନାୟକ ସବୁବେଳେ କହି ଆସିଛନ୍ତି କଥାକୁ ବିଶ୍ୱାସ କରେନା ମୁଁ କାମକୁ ବିଶ୍ୱାସ କରେ । ଗଣମାଧ୍ୟମ ପ୍ରତିନିଧି ଚତୁର୍ଥ ସ୍ତମ୍ବ ମାନଙ୍କ ପାଇଁ ସବୁବେଳେ, କାର୍ଯ୍ୟକରି ଆସିଚି ଯାହାକି କୋଭିଡ଼ ସମୟରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଇ ଆସିଚି । ସାମ୍ବାଦିକ ମାନଙ୍କ ଲାଗି ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଚି । ସବୁବେଳେ ଓୟୁଜେ ସାମ୍ବାଦିକ ମାନଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ବେଳେ, ଓୟୁଜେର ରାଜ୍ୟ ସଭାପତି ବରିଷ୍ଟ ସାମ୍ବାଦିକ ପ୍ରଶନ୍ନ କୁମାର ମହାନ୍ତିଙ୍କୁ ବିଭିନ୍ନ ପ୍ରେସକ୍ଲବର ସାମ୍ବାଦିକ ମାନେ ଶ୍ରୀ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀଯୁକ୍ତ ମହାନ୍ତି ସାମ୍ବାଦିକ ମାନଙ୍କ ପାଇଁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଛନ୍ତି । ଯାଜପୁର ସାମ୍ବାଦିକ ସଂଘ ଓୟୁଜେର ସଭାପତି ଆଦିତ୍ୟ ମେକାବ ଜିଲ୍ଲା ସେକ୍ରେଟାରୀ ଶ୍ରୀ ମିଶ୍ରଙ୍କୁ ଶୁଭେତ୍ସା ଜଣାଇଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାର ଓୟୁରେ ସାମ୍ବାଦିକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇବା ସହିତ ଦିର୍ଘ ଜୀବନ କାମନା କରିଛନ୍ତି ।

Related Posts

About The Author

Add Comment