କଟକ ୩୦/୧/୨୦୨୩ ,ସନ୍ଧାନ ନ୍ୟୁଜ୍ : ପବିତ୍ର ୭୪ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦୈନିକ ଖବର କାଗଜ “ସମୟ”ର କଟକ ଜିଲ୍ଲା ବ୍ୟୁରୋ ମୁଖ୍ୟ ତଥା କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ(ଓୟୁଜେ)ର ସଭାପତି ସୁବକ୍ତା,ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେଟ ଭବାନୀ ଶଙ୍କର ଚୟନୀ,ଡିସିପି ପିନାକ ମିଶ୍ର,ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଛନ୍ତି । ଇତ୍ୟାବସରରେ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ବତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ(ଉବିପ) କଟକ ସଦର, ଆନନ୍ଦ ନୃସିଂହ ସ୍ମୃତି ସଂସଦ ବୟାଳିଶମୌଜ଼ା,ପ୍ରବାସୀ ଓଡ଼ିଆ ସାହିତ୍ୟ ସଂସଦ ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ, ପ୍ରତିଭା ଶତପଥୀ,ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ପ୍ରଲୋପ ମହାପାତ୍ର,ଅଭିରାମ ସାହୁ,ଅଭିନେତା ଦୈତାରି ପ୍ରଧାନ,ଇଂ.ଅଶୋକ ବିଶ୍ଵାଳ, ସମାଜସେବୀ ପ୍ରଲୋପ ମହାପାତ୍ର,ବୁଲେଇ ବେହେରା,ସଂଗ୍ରାହକ ନାରାୟଣ ଚନ୍ଦ୍ର ପ୍ରମୁଖ ସାମ୍ବାଦିକ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ ସେ ଓୟୁଜେରେ କାର୍ଯ୍ୟ କରିବା ସହ ବହୁ ସଂଗଠନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ,ସାମ୍ବାଦିକତା,ସାହିତ୍ୟ ସଂସ୍କୃତି ଓ ସମାଜସେବା ଆଦି ବହୁବିଧ କାର୍ଯ୍ୟରେ ନିଜକୁ ନିୟୋଜିତ ପୁର୍ବକ ଖୁବ କୃତିତ୍ୱ ଅର୍ଜନ କରିଛନ୍ତି ।
ଓୟୁଜେ କଟକ ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଅଜସ୍ର ବଧେଇଇ
|
January 31, 2023 |