ଯାଜପୁର ସଦର, ୨୪ା୦୬: ଓଡ଼ିଶାର ଲୋକପ୍ରିୟ ଭାଜପା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଦର୍ଶନ ପାଇଁ ଭୂବନେଶ୍ୱରରୁ ବିମାନ ଯୋଗେ ଘଟଗାଁରେ ପହଁଞ୍ ଘଟଗାଁ ହାଇସ୍କୁଲ ପଡ଼ିଆ ହେଲିପ୍ୟାର୍ଡ଼ରେ ଓହ୍ଲାଇ କର୍ମିମାନଙ୍କୁ ଏବଂ ଭାଜପା ନେତା ମାନଙ୍କୁ ସାଙ୍ଗରେ ଧରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମା ତାରିଣୀଙ୍କୁ ପୂଜା କରି ଓଡ଼ିଶାକୁ ଆଗେଇ ନେବାଲାଗି ମାନଙ୍କର ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ଲୋକ ମାନଙ୍କର ସାହା ଭରଷା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟଶୋସି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତର ତୃତୀୟ ଥର ହୋଇଥିବା ୟଶୋସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଓଡ଼ିଶାର ବିକାଶ ପାଇଁ ଭାଜପାର ଯୁବ ବିଧାୟକ ୪ଥର ନିର୍ବାଚନ ହୋଇଥିବା ଗରିବର ବନ୍ଧୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯିବାରୁ ଓଡ଼ିଶଅର ୪ କୋଟି ଜନତାଙ୍କ ମନରେ ଆଶା ସଂଚାର ହୋଇଥିଲା । ଗରିବ ବନ୍ଧୁ ମୋହନ ଚରଣ ମାଝୀ ସମସ୍ଥ ଲୋକ ମାନଙ୍କ ନିକଟରେ ପହଁଞ୍ôଚବା ସହିତ ଓଡ଼ିଶା ପ୍ରଗତୀକୁ ଅଗେଇ ନେବା ପାଇଁ ଶ୍ରୀଯୁକ୍ତ ମାଝୀ ଶପଥ ନେଇଛନ୍ତି । ଶ୍ରୀଯୁକ୍ତ ମାଝୀ ଏକାଧାରରେ ଜଣେ ଶିକ୍ଷକ ପଂଚାୟତର ପ୍ରତିନିଧି ଏବଂ ଲୋକ ପ୍ରତିନିଧି କେନ୍ଦୁଝର ଜିଲ୍ଲାର ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀଯୁକ୍ତ ମାଝୀ ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ପ୍ରଗତୀ ପାଇଁ ଯାହା ମୋର କରିବାର ଅଛି ଆପଣ ମାନଙ୍କ ଆଶ୍ରୀର୍ବାଦକୁ ପାଥେୟ କରି ପ୍ରଭୂ ଜଗନ୍ନାଥ ମା ବିରଜା ମା ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ବାସୀ ମା ତାରିଣୀଙ୍କ ଆଶ୍ରୀର୍ବାଦକୁ ଭରଷା କରି ମାଙ୍କ ଠାରୁ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ । ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ମାଙ୍କ ଉନ୍ନତୀ କାର୍ଯ୍ୟ କରାଯିବା ଲାଗି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମା ତାରିଣୀଙ୍କୁ ଦର୍ଶନ କରି ଆଶ୍ରୀର୍ବାଦ ଭିକ୍ଷା କଲେ(ଫଟୋ)
|
June 28, 2024 |