ଯାଜପୁର ସଦର, ୦୧ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ. ସୁଦର୍ଶନ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯଅଇଥିବା ବେଳେ, ଓଡ଼ିଶା ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦ୍ଯାପନି ଦିବସ ଅବସରରେ ମୁଖ୍ୟ ଅତିଥି ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇ ଓଡ଼ିଶା ଭାଷା ସାହିତ୍ୟ ଉପରେ ବକ୍ତବ୍ୟ ଦେଇ ସମ୍ମାନୀୟ ଅତିଥି ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗ ଦେଇଥିବା ବେଳେ, ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ, ବିପିନ ବିହାରୀ ଦେଓ, ଶ୍ରମିକ ସଂଘର ସଭାପତି ପ୍ରଦିପ ଦାସ, ସମିତି ସଭ୍ୟା ରୁକସାନା ପରୱିନ, ଶିକ୍ଷାବିତ ଆଲ୍ଲାଉଦ୍ଦିନ ଖାଁ ଯୋଗଦାନ କରି ଓଡ଼ିଆ ଭାଷାର ବିକାଶ ଦିଗରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ଭାଷା ହସ୍ତାକ୍ଷର, କବିତା, ଭଜନ, ବ୍ୟାକରଣ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇଥିବା ପ୍ରତିଯୋଗି ମାନଙ୍କୁ ଶ୍ରୀମତୀ ସୁନନ୍ଦା ଦାସ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଦାୟ ଶିକ୍ଷା କର୍ମଚାରୀ ମାନେ ସୁଦର୍ଶନ ପୃଷ୍ଟି, ଦିଲ୍ଲପ ସାହୁ, ବିକ୍ରମ ମହାପାତ୍ର, ସେକ ନିଜାମୁଦିନ ଅଫିସର କର୍ମଚାରୀ ବିଷ୍ଣୁ ଚରଣ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ମନୋଜ ପୃଷ୍ଟି, ଶୁକାନ୍ତ ସାହୁ, ବନଲତା ଲେଙ୍କା, ରଶ୍ମିତା ସାମଲ, ସ୍ୱରୁପାନନ୍ଦ ନାୟକ, ଦୁଲନା ବାରିକ, ଶ୍ରୀନିବାସ ଜେନା, ନିୟାମତ ହୁସେନ, ବଳରାମ ରାଉତ, ବୈଲୋଚନ ସାହୁ, ଅରକ୍ଷିତ ସାହୁ, ଅଶୋକ ଜେନା, ଅଟଳ ଜେନା ଏହି ଉଦ୍ଯାପନି ଦିବସରେ ସାହାଯ୍ୟ ସହଯୋଗ କରିଥିଲେ । ଅଧ୍ୟାପକ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ରାଜ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ ।
ଓଡ଼ିଶାର ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦ୍ଜାପନି ଦିବସ ଅନୁଷ୍ଟିତ
|
February 3, 2024 |