ପିପିଲି, ୩୦/୧୦ (ସନ୍ଧାନ ନିଉଜ) : ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଓମଫେଡ୍ କ୍ଷୀର ବୋଝେଇ ମିନି ଟ୍ରକ୍ ତେଇଶିପୁର୍ ନିକଟ ପୋଟଳ ଗ୍ରାମ୍ୟଛକ ଠାରେ ଶୁକ୍ରବାର ଅପରାହ୍ନ ୨.୩ ରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ପରେ ଗାଡିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ପିପିଲିରୁ ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଓଲଟି ପଡିଲା ଓମଫେଡ୍ ମିନି ଟ୍ରକ୍
|
October 30, 2019 |
