ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭି ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ,ବିଭିନ୍ନ ବରିଷ୍ଠ ବ୍ୟକ୍ତିଙ୍କ ଶୋକ ପ୍ରକାଶ

Spread the love

ଭୁବନେଶ୍ୱର, (ସନ୍ଧାନ ନିଉଜ) : ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭି ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ ମୃତ । କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ମହାନଦୀ ନଦୀରେ ଫସି ରହିଥିବା ଏକ ହାତୀକୁ ଉଦ୍ଧାର କରିବା ପାଇଁ ଏକ ଅପରେସନ୍ ସମୟରେ ଓଡ୍ରାଫ୍ ବୋଟ୍ ବୁଡ଼ି ଯାଇଥିଲା । ଓଡିଶା ଗଣମାଧ୍ୟମରେ ବେଶ୍ ପରିଚିତ ଚେହେରା ଥିଲେ ଅରିନ୍ଦମ । ସାମ୍ବାଦିକ ଅରିନ୍ଦମଙ୍କ ଏହି ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଦୁଖଃ ପ୍ରକାଶ କରିଛନ୍ତି । ଏଥି ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।

ଦିର୍ଘ ସମୟ ଧରି ହାତୀକୁ ଉଦ୍ଧାର ପାଇଁ ପ୍ରଚେଷ୍ଟା କରା ଯାଉଥିବା ବେଳେ ଓଡ୍ରାଫ ବୋଟ୍‌ରେ ନିଜ କ୍ୟାମେରାମ୍ୟାନଙ୍କ ସହ ଯାଇଥିଲେ ଅରିନ୍ଦମ। ହଠାତ୍ ସୁଅ ମୁହଁରେ ଓଲଟିପଡିଥିଲା ଓଡ୍ରାଫ୍ ବୋଟ୍ । ଉଦ୍ଧାର ପାଇଁ ପୋଲ ଉପରେ ରହିଥିବା ଅନ୍ୟ ସହଯୋଗି ଦଉଡି ବଢାଇଥିଲେ ଏଥିରେ ଅନ୍ୟ ମାନେ ଆସି ଯାଇଥିଲେ ମଧ୍ୟ ଅରିନ୍ଦମ ନିଜକୁ ରକ୍ଷା କରି ପାରି ନଥିଲେ ।

ଏହା ପରେ ଅରିନ୍ଦମ କିଛି ଦୂର ପାଣିର ସ୍ରୋତରେ ଭାସି ଯାଇଥିଲେ । ସେହି ସମୟରେ ମତ୍ସ୍ୟଜୀବି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଏସସିବି ମେଡିକାଲରେ ଭତ୍ତି କରାଯାଇଥିଲେ ମଧୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କ ସହ ଥିବା କ୍ୟାମେରାମ୍ୟାନ୍ ପ୍ରଭାତ ବିଶୋଇଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଏବେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ ଓଡ୍ରାଫ୍ ବୋଟ୍‌ରେ ମୋଟ ୮ ଜଣ ଥିବାବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।

Related Posts

About The Author

Add Comment