(ବିଶ୍ଵଜିତ/ଝାରସୁଗୁଡା) ୨୨/୯: ବିମାନ ବନ୍ଦରରେ ଲୋକାର୍ପଣ କରିସାରିବା ପରେ ଝାରସୁଗୁଡାରେ ନିୟମିତ ବିମାନ ଚାଳନ ନେଇ ପ୍ରସ୍ତାବ ଦେଇଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଏକ ସଭାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବହୁ ଜୋରରେ ସମାଲୋଚନା କରିଥିଲେ। ଓଡିଶାର ବିକାଶରେ ଏକ ପରିବର୍ତନ ଦରକାର ଅଛି କହିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
ଘରର କୌଣସି ଯୋଜନା ହେଉ, ଶୌଚଳୟ ନିର୍ମାଣ ହେଉ, କିମ୍ବା ବୀନା ଲାଞ୍ଚରେ ଗରିବ ମାନଙ୍କର କାମ ହେବା, ଓଡିଶା ସରକାରରେ ଏ ପର୍ଯ୍ୟନ୍ତ ସମ୍ଭବପର ହେଇପାରିଲାନି ବୋଲି ସିଧା ସଳଖ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
ତେବେ ସଭା ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କିଛି ପ୍ରତିକ୍ରିୟା ଦେଇନଥିଲେ ଓଡିଶା ସରକାର।