ସୁନ୍ଦରଗଡ ତା:୧୬/୭/୨୦୨୫( ସନ୍ଧାନ ନ୍ୟୁଜ) ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ନ୍ୟାୟ ଦାବିରେ ବନ୍ଦ ଡାକରା । ଆଜି ସକାଳ ୮ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଅଖଚକ ବାଲେଶ୍ଵରରେ ବନ୍ଦ ରହିବ। ତେଣୁ କୌଣସି ଜରୁରୀ କାମ ଥିଲେ ଆଜି ସୁଦ୍ଧା ସାରି ଦେବାକୁ ଅନୁରୋଧ । ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ହେବାର ସମ୍ଭାବନା ଅଛି ।ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବଡ଼ ଆକ୍ସନ ନେଇଛି ଜିଲ୍ଲା ବିଜେଡ଼ି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନା । ପୋଲିସ ଓ ପ୍ରଶାସନ ଠିକରେ ସେମାନଙ୍କ କାମ କରୁନାହାଁନ୍ତି । ପିଡିତାଙ୍କୁ ନ୍ୟାୟ ଓ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରି ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ରବୀନ୍ଦ୍ର ଜେନା । ଏନେଇ ଜିଲ୍ଲାରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।ବାଲେଶ୍ୱର ପୀଡ଼ିତାଙ୍କ ମାମଲାରେ ଏବେ ରାଜନୀତି ପ୍ରବେଶ କରିିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୬ ତାରିଖରେ ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ପାଳିବ ବିଜେଡି। ପଲ୍ଲୀରୁ ସହର ଯାଏ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡ଼ି ।ସେପଟେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହିଚ ଡାକରା ଦିଆଯାଇଛି ।ଓଡ଼ିଶା ବନ୍ଦ ସମୟରେ ସ୍କୁଲ, କଲେଜ, ଦୋକାନ ଓ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି । ତେବେ ବାଲେଶ୍ବର ଘଟଣାକୁ ଦୃଢ ନିନ୍ଦା କରିବା ସହ ପ୍ରଥମ ଦିନରୁ ହିଁ ସରକାରଙ୍କ ଉପରେ ବର୍ଷୁଛନ୍ତି କଂଗ୍ରେସ , ବିଜେଡି ସହ ବିଭିନ୍ନ ରାଜନୈତିକ ଦଳ।ଘଟଣା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଆଖି ବୁଜିଥିଲେ FM କଲେଜ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆଜି ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ କରିବା ପରେ ତାଙ୍କ ଗାଁକୁ ନିଆଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇପାରେ । ଏହି ସମୟରେ ଆମ୍ୱୁଲାନ୍ସ, ମେଡିସିନ ଷ୍ଟୋର, ଭଳି ଅତ୍ୟାବଶ୍ୟକ ଜିନିଷର ଦୋକାନ ଖୋଲା ରହିପାରେ ।
ଓଡ଼ିଶା କଂଗ୍ରେସ ସହିତ ବାମପନ୍ଥୀ ଙ୍କ ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା
|
July 16, 2025 |



