ଭୁବନେଶ୍ୱର ୧୨/୮(ସନ୍ଧାନ ନିଉଜ) *ଓଟିଇଟି ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ହୋଇଥିବା ନେଇ ସହକାରୀ ଶିକ୍ଷକ ମହାସଂଘ ଓ ଗଣଶିକ୍ଷକ ମହାସଂଘ ଅଭିଯୋଗ କରିଛି। ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ଆନ୍ଦୋଳନ ଲାଗି ସଜବାଜ ହେଉଛନ୍ତି। ସହକାରୀ ଶିକ୍ଷକ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର୍ଷକୁ ଦୁଇ ଥର ଓଟିଇଟି ପରୀକ୍ଷା ହେବାକୁ ନିୟମ ଥିବା ବେଳେ ପରୀକ୍ଷା କେବେ ହେଉଛି, ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବାହାର ରାଜ୍ୟର ସଂସ୍ଥାକୁ ଟେଣ୍ଡର୍ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି। ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷା ଚୟନ କରିଥିବା ବେଳେ ପ୍ରଶ୍ନପତ୍ରରେ ଭାଷାର ସାମଞ୍ଜସ୍ୟତା ରହୁ ନାହିଁ। ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ରହିଛି। ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ଠିକ୍ ଭାବେ ବୁଝିପାରୁ ନାହାନ୍ତି।*
ଓଟଇଟି ପ୍ରଶ୍ନ ପତ୍ରରେ ବ୍ୟାପକ ତ୍ରୁଟି
|
August 13, 2019 |



