ସୁନ୍ଦରଗଡ, ୩/୬/୨୦୨୧ (ସନ୍ଧାନ ନିଉଜ/ରୋସନ ପଟେଲ) : ସୁନ୍ଦରଗଡ ଏନଟିପିସି କୋଭିଡ଼ ହସ୍ପିଟାଲ ଭିତରେ ନୂତନ ଗୃହ ନିର୍ମାଣ ହେଉଥିବା ବେଳେ କିଛି ସ୍ଥାନୀୟ ଲୋକ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ମାସ ହେବ ଠିକାଦାର ଶ୍ରମିକ ମାନଙ୍କୁ ତାଙ୍କ ପଇସା ନ ଦେବାରୁ ଆଜି ଶ୍ରମିକ ମାନେ ଏନଟିପିସି ଗେଟ ରେ ତାଲା ପକାଇବା ସହ ଗେଟ ସମ୍ମୁଖରେ ବସି ବିକ୍ଷୋଭ କରୁଥିବା ଚିତ୍ର ଆଜି ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଦୁଇ ଜଣ ସୁପ୍ରଭାଇଜର ଦିଲୀପ ଓ ସଞ୍ଜିବ ଶ୍ରମିକଙ୍କୁ କାମ କରାଉଥିଲେ । ଠିକାଦାର ମାନେ ମାଳିକର (ବାରିକ) ପୁରIନାମ ଜାଣି ନ ଥିବାର ଶ୍ରମିକଙ୍କ ଠାରୁ ସୂଚନା ମିଳିଛି । ଗତ ଦୁଇ ମାସରୁ ପଇସା ନ ମିଳିଥିବାରୁ ଶ୍ରମିକମାନେ ବହୁତ ତଳିତଳାନ୍ତ ଅବସ୍ଥା ରେ ଥିବାର ଶ୍ରମିକ (ମଧୁସ୍ମିତା କର) ଙ୍କ ସୂତ୍ରରୁ ଜଣାପଡ଼ିଛି । ଦୁଇ ମାସର ଦରମା ପଇସା ନ ଦେଲେ ଗେଟ ବନ୍ଦ କରିବା ସହିତ ଗେଟ ସମ୍ମୁଖରେ ବସି ରହିବେ ବୋଲି ଶ୍ରମିକଙ୍କ ତରଫରୁ କୁହାଯାଉଛି ।
ଏନଟିପିସି ମେଡିକାଲ କଲେଜ ସମ୍ମୁଖ ରେ ଶ୍ରମିକ ମାନଙ୍କର ଧାରଣା
|
June 3, 2021 |