ଏଣିକି ଅଧିକ ଆଳୁ ଓ ପିଆଜ ରଖିବା ମନା

Spread the love
ଭୁବନେଶ୍ୱର, ୨୭/୧୨ (ସନ୍ଧାନ ନିୟୁଜ) : ରାଜ୍ୟରେ ପିଆଜ ଓ ଆଳୁର ମୂଲ୍ୟବୃଦ୍ଧି ରୋକିବାକୁ ଯୋଗାଣ ବିଭାଗ ପଦକ୍ଷେପ ନେଇଛି। ଷ୍ଟୋରେଜ ନିୟମରେ କରାଯାଇଛି ସଂଶୋଧନ। ଏଣିକି ନିୟମଠାରୁ ଅଧିକ ଆଳୁ ଓ ପିଆଜ ମହଜୁଦ ରଖିଲେ ଚଢଉ କରିଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ନିୟମ ଅନୁଯାୟୀ ଭୁବନେଶ୍ୱରରେ ଜଣେ ହୋଲ୍‌ସେଲର୍ ୧ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୫ ଶହ କୁଇଣ୍ଟାଲ ଆଳୁ ରଖିହେବ। ଅନ୍ୟ ସ୍ଥାନରେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ ହୋଲ୍‌ସେଲର୍।

Related Posts

About The Author

Add Comment