ଏଟିଏମ୍‌ରେ ରହୁନି ସାନିଟାଇଜର!

Spread the love

ରାଉରକେଲା, ୨୧/୦୭/୨୦ (ସନ୍ଧାନ ନିଉଜ) : ମହାମାରୀ କରୋନା ସଂକ୍ରମଣରୁ ନିଜେ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ବାରମ୍ବାର ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ଲକ ଡାଉନ କଟକଣା ଭିତରେ ସୀମୀତ କର୍ମଚାରୀରେ ଖୋଲୁଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଓ ଅନୁଷ୍ଠାନ ଗଲେ ସାନିଟାଇଜର ଥୁଆ ହୋଇଥିବା ଦେଖିବାକୁ ମିଳିଛି । ସାନିଟାଇଜରକୁ ବ୍ୟକ୍ତି ଜଣଙ୍କ ଖୋଦ ବ୍ୟବହାର କରିବା ଅଥବା କାହାଦ୍ୱାରା ବ୍ରକ୍ତି ଜଣଙ୍କ ହାତରେ ଲଗାଯାଉଛି । ଅନ୍ୟପକ୍ଷରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା କିଛି ଏଟିଏମରେ ସାନିଟାଇଜରର ଦେଖା ଦର୍ଶନ ମିଳୁନାହିଁ । ଯାହା ଦ୍ୱାରା ଏଟିଏମ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି ବୋଲି ଏଟିଏମ ଗ୍ରାହକ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଶହ ଶହ ଲୋକ ଏଟିଏମ ବଟମରେ ଆଙ୍ଗୁଳି ଟିପ ମାରୁଥିବା ଯୋଗୁ ଏହା କରୋନା ସଂକ୍ରମଣ ଆଶଙ୍କାକୁ ବଢାଇବା ଆଶଙ୍କା ପରିପ୍ରକାଶ ପାଇଛି! ସାରନଗରୀରେ ଥିବା ବ୍ୟାଙ୍କର ଏଟିଏମ କାଉଟଂରରେ ସାନିଟାଇଜର ନଥିବାରୁ ଏହା ଅଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସମୟ ସମୟରେ ବିନା ସୁରକ୍ଷାଗାର୍ଡ ଏଟିଏମ ଗୁଡ଼ିକରେ ସାମାଜିକ ଦୂରତା ମଧ୍ୟ ରହୁ ନଥିବା ଅଭିଯୋଗ ହୋଇଛି । ଏପରିସ୍ଥଳେ ବ୍ୟାଙ୍କ କର୍ତୃପକ୍ଷ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment