ଏକ ତରଫା ପ୍ରେମ ଘଟଣାକୁ ୨ ଜଣକୁ ହତ୍ୟା କଲେ

Spread the love

ଯାଜପୁର ସଦର, ୦୮ ।୦୩: ଏହିପରି ଘଟଣା ଦେଖିବାକୁ ମିଳଚି ଯାଜପୁର ଜିଲ୍ଲାରେ ଏକ ତରଫା ପ୍ରେମ କରୁଥିବାରୁ ପ୍ରେମିକ ଜଣକ ୨ଜଣକୁ ହତ୍ୟାକରିଥିବା ଘଟଣା ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଜିଲ୍ଲା ଦୌରାଜଜ୍ ଅମୃତ ରଂଜନ ନନ୍ଦ ଆସାମୀକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିବାସ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଥିବା ରାୟ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଧର୍ମଶାଳା ଥାନା ନିକଟସ୍ଥ ମିର୍ଜାପୁର ପଂଚାୟତ ସାଲେପୁର ଅଞ୍ଚଳର ନିଳମଣୀ ଜେନାଙ୍କ ପୁଅ ସୁନିଲ ଜେନା(୨୫) ବିକମ ପଢ଼ୁଥିବା ବେଳେ, ମିର୍ଜାପୁର ଗ୍ରାମରେ ଭଡ଼ା ନେଇ ରହୁଥିବା ନିତ୍ୟାରଂଜନ ମଲିକଙ୍କ ଝୀଅ ଜୟଶ୍ରୀ ମଲିକକୁ ଏକ ତରଫା ପ୍ରେମ କରୁଥିଲେ । ଜୟଶ୍ରୀ କଟକରେ ହଷ୍ଟେଲରେ ରହି +୨ ପଢ଼ୁଥିବା ବେଳେ, ସୁନିଲ ଜୟଶ୍ରୀଙ୍କୁ ପ୍ରେମ ନିବେଦନ କରୁ ବିଫଳ ହେବାରୁ ୨୦୨୦ ମସିହା ଜୁଲାଇ ୫ ତାରିଖରେ ରାତି ସାଢ଼େ ୧୦ଟାରେ ନିତ୍ୟରଂଜନ ଘରେ ପଶି ନିତ୍ୟ ରଂଜନ ତାଙ୍କ ସ୍ତ୍ରୀ ତରୁଲତାକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ତରୁଲତାର ମୃତ୍ୟୁ ହୋଇଥିବା ବେଳେ, ନିତ୍ୟାରଂଜନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଭୂବନେଶ୍ୱର ଏମସ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ୨୦ ଦିନ ଚିକିତ୍ସା ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସୁନିଲ ଜୟଶ୍ରୀଙ୍କ ଆଖିକୁ ଫୁଟାଇ ଦେଇଥିଲା । ଜୟଶୀଙ୍କ ମା ତରୁଲତା ଶିକ୍ଷୟତ୍ରୀ ବାପା ଜଣେ ଇଞ୍ଜିନିୟର ଥିଲେ । ଜୟଶ୍ରୀ ମାଁମୁ ଧର୍ମଶାଳାରେ ଥାନାରେ ଏତଲା କରିବା ପରେ ଧର୍ମଶାଳା ପୋଲିସ କେସନଂ ୨୬୫/୨୦ ରେ ସୁନଲ ଜେନାକୁ ଗିରଫ କରି ଧର୍ମଶାଳା ପୋଲିସ କୋର୍ଟ ଚାଲାଣ କରିଥିଲେ । ଏହାର ଚୁଡ଼ାନ୍ତ ଶୁଣାଣି କରି ୨୩ଜଣ ସାଖିଙ୍କ ବୟାନକୁ ଆଧାର କରି ଜିଲ୍ଲା ଦୌରାଜଜ୍ ଅମୃତ ରଂଜନ ନନ୍ଦ ଆସାମୀକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜୋରିମାନା କରି ଜିଲ୍ଲା ଦୌରାଜଜ୍ ରାୟ ପ୍ରକାଶ କରିଥିଲେ । ଜୋରିମାନା ନଦେଲେ ଅଧିକ ୬ମାସ ଜେଲ ଦଣ୍ଡ ଅଧିକ ଦିଆଯିବ ବୋଲି ରାୟରେ ପ୍ରକାଶ କରାଯାଇଚି । ସରକାରୀ ଓକିଲ ମୋନାଲିସା ରାଇସା, ଓକିଲ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।sandhanews

Related Posts

About The Author

Add Comment