ଏ,ଏସ,ପି ମନୋରଞ୍ଜନ ବିଶ୍ବାଳଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ସାମ୍ବାଦିକ

Spread the love

ରାଇରଙ୍ଗପୁର, 11/07 (ସନ୍ଧାନ ନ୍ୟୁଜ୍-ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ଏ ଏସି ପି ମନୋରଞ୍ଜନ ବିଶ୍ବାଳଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ଏ ଏସି ପି ଅଶୋକ ପଟନାୟକ ଙ୍କ ଦେହାନ୍ତ ପରେ ବର୍ଷେ ହେଲା ପଦବୀ ଖାଲି ପଡିଥିଲା। ବୁଧବାର ଦିନ କଟକ ଜିଲ୍ଲା ରେ ପୁଲିସ ଅଧିକାରୀ ଥିବା ମନୋରଞ୍ଜନ ବିଶ୍ବାଳ ରାଇରଙ୍ଗପୁର ପୋଲିସ ସର୍କଲରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ନୁତନ ଭାବେ ଯୋଗଦେଇ ଛନ୍ତି। ଏହି ଉପଲକ୍ଷେ ରାଇରଙ୍ଗପୁର ସାମ୍ବାଦିକ ସ°ଘ ଏ ଏସି ପି ମନୋରଞ୍ଜନ ବିଶ୍ବାଳଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି।ଏହିକାର୍ଯ୍ୟ କ୍ରମରେ ସାମ୍ବାଦିକ ଅକ୍ଷୟ ବିଶ୍ଵାଳ, ଜିତେନ୍ଦ୍ର ଅଗ୍ରୱାଲ, ମେଘନାଦ ହେମ୍ରମ, ମୃତ୍ୟୁଞ୍ଜୟ ପାଲ,ବିଶ୍ଵରଞ୍ଜନ ପାଲ, ଜିତେନ୍ଦ୍ର ନାଥ ବାରିକ,ସନ୍ତସ ଅଗ୍ରୱାଲ,ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ,ଦିପକ ବେହେରା, ରାମେଶ୍ବର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ମାନେ କିଭଳି କୋଉଣସି ଘଟଣା ର ସୂଚନା ସିଘ୍ର ପାଇ ପାରିବେ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ ।

Related Posts

About The Author

Add Comment