ଏ-୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା; ବାଇଶମୌଜା ଧନଞ୍ଜନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା

Spread the love

ଚଣ୍ଡିଖୋଲ, ( ସନ୍ଧାନ ନିଉଜ) ବଡଚଣା ଶିକ୍ଷା ମଣ୍ଡଳସ୍ଥିତ ଅରଖପୁର ସ୍ଥିତ ବାଇଶିମୌଜା ଧନଞ୍ଜନ ସରକାରୀ ଉଚ୍ଚବିଦ୍ୟାଳୟ ଚଳିତ ମ୍ରେଟିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଅର୍ଜନ କରିଛି । ଏହି ବିଦ୍ୟାଳୟରେ ୩ଜଣ ଛାତ୍ରୀ ଏ୧ ଗ୍ରେଡ୍ ରେ ଉର୍ତ୍ତିନ ହୋଇଛନ୍ତି । ଛାତ୍ରୀ ପ୍ରିତୀମୟୀ ସାହୁ ମୋଟ ୫୫୧ମାର୍କ ଅର୍ପିତା ଦାସ ୫୪୧ ମାର୍କ , ସମୀକ୍ଷା ସାହୁ ୫୪୧ ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି । ସେହିପରି ବିଦ୍ୟାଳୟରେ ୧୧ଜଣ ଛାତ୍ରଛାତ୍ରୀ ଏ-୨ ଗ୍ରେଡ୍‌ରେ ଏବଂ ଅନ୍ୟ ସମସ୍ତ ଛାତ୍ରଛତ୍ରୀ ବି-୧ ଏବଂ ବି-୨ ଗ୍ରେଡ୍‌ରେ ପାସ କରିଛନ୍ତି । ଯାହା ଫଳରେ ବିଦ୍ୟାଳୟଟି ଶତପ୍ରତିଶତ ପାସ ହାର ଲାଭ କରିଛି । ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ପକ୍ଷରୁ କୃତିତ୍ୱ ଅର୍ଜନ କରିଥିବା ୩ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା କର ଛାତ୍ରୀ ମାନଙ୍କୁ ଫୁଲତୋଡା, ମାନପତ୍ର ଏବଂ ଉପଢ଼େ଼øକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଆଗମୀ ଜୀବନ ଶରସ ସୁନ୍ଦର ହେବା ସହିତ ତାଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷ ବିଦ୍ୟାଳୟରେ ଟୁଟୁ ସାହୁ, ଅର୍ପିତା ପଟ୍ଟନାୟକ, ପରିଣୀତା ପ୍ରହରାଜ, ନମିତା ସାମଲ, ତାରାତାରୀଣି ପତି, ରୋଜାଲିନ୍ ଧଳ, ବୌଜୟନ୍ତୀ ରାଉଳ, ବିଭୂତି ଭୁଷଣ ତରାଇ, ଲଳିତ ମୋହନ ପ୍ରଧାନ, ସୁଶାନ୍ତ କୁମାର ଧଳ, କବିତା ସେଠୀ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ କର୍ମଚାରୀ ନିମାଇଁ ଚରଣ ସାହୁ, ବିଦୁର କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଜାରକାସ୍ଥିତ ସରୋଜୀନି ସ୍ମୃତି ସଂସଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment