ଉନ୍ମୋଚନ ହେଲା ଶୁଭଦୃଷ୍ଟି ଇ ପତ୍ରିକା

Spread the love
ଭୁବନେଶ୍ୱର, ୧୭/୦୨ (ସନ୍ଧାନ ନିୟୁଜ)୨୦୧୮ ରୁ ଓଡ଼ିଆ ସାହିତ୍ୟଭିତ୍ତିକ ଏକ ବ୍ଲଗ୍ ଭାବେ ଆରମ୍ଭ ହୋଇଥିବା ଶୁଭଦୃଷ୍ଟି ଗତ ଫେବୃୟାରୀ ୧୪ ତାରିଖରେ ତାର ପ୍ରଥମ ଇ ପତ୍ରିକା ସଂସ୍କରଣ ପ୍ରକାଶ କରିଛି। ବ୍ଲଗ୍ ପାଇଁ ମାଧବୀ ମଧୁସ୍ମିତା ଭଞ୍ଜଦେଓ କରିଥିବା ନାମାନୁସାରେ ପତ୍ରିକାର ନାମକରଣ କରାଯାଇଛି।  ଏହାର ପ୍ରଥମ ସଂସ୍କରଣ ପ୍ରଣୟ ଅର୍ଘ୍ୟ ପ୍ରେମ ଦିବସ ବିଶେଷାଙ୍କ ହୋଇଥିବା କାରଣରୁ କେବଳ ପ୍ରେମ କାହାଣୀ ଓ ପ୍ରେମ କବିତା ତଥା ଦୁଇଟି ପ୍ରେମ ସମ୍ବନ୍ଧୀୟ ପ୍ରବନ୍ଧ କୁ ନେଇ ପ୍ରସ୍ତୁତ ହୋଇଥିଲା। ଏହି ପତ୍ରିକାର ବିଶେଷତ୍ଵ ହେଉଛି ଏହା ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ମୋବାଇଲ୍ ରେ ପ୍ରସ୍ତୁତ ହୋଇଥିବା ପତ୍ରିକା। ଏ ପି ଶୁଭକାନ୍ତ ଏହାର ପ୍ରତିଷ୍ଠାତା ସମ୍ପାଦକ ରହିଥିବାବେଳେ ତାଙ୍କୁ ସମ୍ପାଦନାରେ ସହଯୋଗ କରିଥିଲେ ପ୍ରଭାତ କୁମାର ବଳ ଏବଂ ପତ୍ରିକାର ଅଳଙ୍କରଣ କାମ କରିଥିଲେ ଶିବଶଙ୍କର ଦାସ ଏବଂ ଶାଶ୍ବତ ଦେବଦତ୍ତ। Report- Anita Behera

Related Posts

About The Author

Add Comment