ଇନ୍‌ଡୋର ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ନେଇ ଯୁବା ସମାଜ ତରଫରୁ ଘେରାଉ

Spread the love

ବାରିପଦା ୧୮/୦୮/୨୦୨୦ (ସନ୍ଧାନ ନିଉଜ)- ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ । ହସ୍ପିଟାଲ ତଥା ବାରିପଦା ସଦର ମହକୁମା ହସ୍ପିଟାଲରେ ଚିକିତ୍ସାଧୀନ ଥିବା । ଇନ୍‌ଡୋର ରୋଗୀଙ୍କୁ ନିମ୍ନମାନର ଖାଦ୍ୟ  ଯୋଗାଣ ଚାଲିଥିବା ଅଭିଯୋଗ ସହିତ । ଡାକ୍ତରଖାନା ପରିସରରେ ପିଇବା ପାଣିର ଘୋର ଅଭାବଥିବା ଦର୍ଶାଯାଇ ଯୁବା ସମାଜ ମୟୂରଭଞ୍ଜ ତରଫରୁ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ଓ ସରୋଜ କୁମାର ବୋଷଙ୍କ ନେତୃତ୍ବରେ ଆଜି ସନ୍ଧ୍ୟାରେ ଖାଦ୍ୟ ପରିବେଷଣକାରୀଙ୍କୁ ସାମାଜିକ ଦୂରତ୍ୱ । ରଖାଯାଇ ଘେରାଉ କରାଯାଇଥିଲା । ଏପରିକି କ୍ଷୀର ବଦଳରେ ପାଣିରେ କ୍ଷୀର ମିଶାଇ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଖବର ପାଇ ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡା.ରୂପଭାନୁ ମିଶ୍ର ପହଞ୍ଚି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ନିରୀକ୍ଷଣ କରିବା ସହିତ ଏଥିନେଇ ମେଡିକାଲ । କଲେଜ ଅଧ୍ୟକ୍ଷକଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏଥିରେ ସଂଗଠନର ଅଧ୍ୟକ୍ଷ ଅଖୁଳେଶ ଶର୍ମା, ନବୀନ ଅଗ୍ରୱାଲା, ଉମେଶ ନାୟକ, ସୌଭାଗ୍ୟ ମାହାନ୍ତା, ମନଦୀପ ସିଂରାଠୋର, ପ୍ରାଥବିରାଜ ସାହୁ,ଜୟକିଷନ ଭଟ୍ଟର, ରାହୁଲ ଶର୍ମା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment