ଇତିହାସ ବିଭାଗରେ ଗବେଷଣା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭି୍ତ୍ତିରେ ନିଯୁକ୍ତ ଦଆଗଲେ ନୂତନ ଇତିହାସ ସୃଷ୍ଟି ହୋଇପରିବ: ଓଡିଶା ଇତିହାସ କଂଗ୍ରେସର ଆଂଚଳିକ ଅଧିବେଶନ ଉଦଯାପନ
ଇତିହାସ ବିଭାଗରେ ଗବେଷଣା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭି୍ତ୍ତିରେ ନିଯୁକ୍ତ ଦଆଗଲେ ନୂତନ ଇତିହାସ ସୃଷ୍ଟି ହୋଇପରିବ: ଓଡିଶା ଇତିହାସ କଂଗ୍ରେସର ଆଂଚଳିକ ଅଧିବେଶନ ଉଦଯାପନ
Manas Kumar Rout |
June 25, 2019 |

ବାରିପଦା, (ଆମ ଐତିହ ପ୍ରତିନିଧି) ଓଡିଶା ଇତିହାସ କଂଗ୍ରେସର ଆଂଚଳିକ ଅଧିବେଶନ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଡ. ଚିନ୍ତାମଣି ଟୁଡୁଙ୍କ ସଭାପତିତ୍ୱ ଅନୁଷ୍ଠିତ ଅଧିବେଶନରେ ‘ମୟୁରଭଞ୍ଜର ପତ୍ନତାତ୍ତିକ ସ୍ଥାନ’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଇମୋହନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଓଡିଶା ଇତିହାସ କଂଗ୍ରେସର ସଭାପତି ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ପାଦକ ଡ. ସୁବାଶ ଚନ୍ଦ୍ର ବାରିକ, କାର୍ଯ୍ୟ ନିର୍ବାହୀ ସଦସ୍ୟ ଡ. ପାରେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଓଡିଶା ଇସିହାସ କଂଗ୍ରେସର ବିକାଶ ଏବଂ ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡ. ମହାପାତ୍ର ଓଡିଶା ଇସିହାସ କଂଗ୍ରେସ ସ୍ଥାପନାର ସବୁର୍ଣ୍ଣ ଜୟନ୍ତୀ ହୋଇସାରିଥିବା ବେଳେ ଏହା ମାତ୍ର ୪୨ତମ ଅଧିବେଶନରେ ସୀମତି ରହିଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ନିୟମିତ ଭାବରେ କରିବା ପାଇଁ ମତଦେଇଥିଲେ । ଏଥିସହିତ ଇତହାସକୁ କଦାକର କରୁଥିବା ଐତିହାସିକଙ୍କ ବିରୋଧରେ ବିଷେଧଗାର କରିବା ସହିତ ପକୃତ ତଥ୍ୟ ସହିତ ଇତିହାସ ରଚନା କରିବା ଏବଂ ନୃତନ ତଥ୍ୟ ଏବଂ ପୁରାତନ ଇତିହାସ କିର୍ତ୍ତିରାଜି ମାନଙ୍କର ସୁରକ୍ଷା ଦିଗରେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ବୋଲି ମତଦେଇଥିଲେ । ବିଭିନ୍ନ କଲେଜରେ ଇତିହାସ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ସେଥିରେ ଇତିହାସର ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତ ପ୍ରଦାନ କରିବା ଉପରେ ଗୁରୁତ୍ୱରୋପ କରିବା ସହିତ ଏହି ବିଷୟ ପ୍ରତି ଛାତ୍ରଛାତ୍ରୀ ଆଗ୍ରହ ବୃଦ୍ଧି ପାଇବା ପାଇଁ ଅଧ୍ୟାପନା ସହିତ ବିଭିନ୍ନ ଐତିହାସିକ ସ୍ଥାନ ପରିଭ୍ରମଣ କରି ଛାତ୍ରଛାତ୍ରୀଙ୍କୁ ମନୋରଂଜନ ଭାବରେ ଅଧ୍ୟପନା ଦିଆଯାଇପାରିଲେ ଏହି ବିଷୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଓଡିଶା ଇତିହାସ କଂଗ୍ରେସର ସଭାପତି ଡ. ମହାନ୍ତି ନିଜର ବକ୍ତବ୍ୟରେ ପତ୍ନତାତ୍ତିକ ଦୃଷ୍ଟିରୁ ମୟୁରଭଞ୍ଜ ଜିଲ୍ଲା ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରୁଥିବା ବେଳେ ଏଠାରେ ପ୍ରାଗ୍ ଐତିହ କାଳରୁ ମାନବ ସଭ୍ୟତାର ଛାପ ରହିଥିବା ସହିତ ଜୌନଧର୍ମର ପ୍ରଚାର ସମ୍ପର୍କରେ ଅଲୋଚନା କରିଥିଲେ । ସମ୍ପାଦକ ଡ. ବାରିକ ଇତିହାସ ପ୍ରତି ସରକାରଙ୍କ ଉଦାସୀନତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଟୁଡୁ ମୟରୁଭଞ୍ଜର କୁଚେଇ, କୁଳିଅଣା, ରାଇରଙ୍ଗପୁର, ବିଶୋଇ, କିଂଚ ଆଦି ପ୍ରମୁଖ ପତ୍ନତାତ୍ତ୍ୱିକ ସ୍ଥାନ ମାନଙ୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲ ମତପ୍ରକାଶ କରି ଏହା ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନେ ନିଜର ଗବେଷଣା କରିଲେ ଏହି ସ୍ଥାନ ଗୁଡିକ ସମ୍ପର୍କରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ପ୍ରକାଶ କରିଥିଲେ ।
ଅଧିବେଶନର ଉଦଯାପନ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟପକ ଡ. ସୁଶାନ୍ତ ପାତ୍ର ପୌରହିତ କରିଥିବା ବେଳେ ମହାରାଜା ପୁର୍ଣ୍ଣଚନ୍ଦ୍ର ସଂୟ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ ସତ୍ୟବତୀ ପ୍ରଧାନ ସଂଚାଳନ କରିଥିଲେ । ଏହି ଅଧିବେଶନରେ ଗବେଷକ ଅରବିନ୍ଦ ବୋଷ ‘ ବଡସାହିର ପତ୍ନତାତ୍ତ୍ୱିକ ବିଭବ’ ଓ ଜତୀନ୍ଦ୍ରନାଥ ସିଂହଦେଓ ସଚେନ ‘କିଚେକଶ୍ୱରୀ ମନ୍ଦିରର କଳା ଓ ସ୍ଥାପତ୍ୟ’ ଉପରେ ନିଜର ସର୍ନ୍ଦଭ ପାଠ କରିଥିଲେ । ଏଥିରେ ରାଜନୀତି ବିଜ୍ଞାନ ଅତିଥି ଅଧ୍ୟାପକ କୁମରେଶ ନାୟକ ମୟୁରୁଭଞ୍ଜର ଐତିହାସକ ସ୍ଥାନ ମାନଙ୍କ ଉପରେ ଏକ ଦୃଶ୍ୟଶ୍ରାବ୍ୟ ଭିଡିଓ ପ୍ରସ୍ତୁତ କରି ପରିବଷେଣ କରିଥିଲେ । ଶେଷରେ ଅଧ୍ୟାପିକା ସାଗରିକ ସିଂ ଧନ୍ୟବାଦ ଦେଇଥିଲେ । ଏହି ଅଧିବେଶନରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଏବଂ ଅଧ୍ୟାପିକା ସହିତ ରାଜ୍ୟର କେତକ ମହାବିଦ୍ୟାୟର ଅଧ୍ୟାପକ ମାନେ ଯୋଗଦେଇଥିଲେ ।
Report- Manas Rout, Research Scholar Ravenshaw Unversity
Related Posts
About The Author