ଆହୁରି ୬ ଦିନ ଡରାଇବ ଶୀତ ଲହରୀ:୧୦ ଡିଗ୍ରୀ ତଳେ ୧୦ ସହର

Spread the love

ଭୁବନେଶ୍ୱର ୧୮/୧୨/୨୫ (ସନ୍ଧାନ ନ୍ୟୁଜ ) : ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ପ୍ରକୋପ। ତଳମୁହାଁ ପାରଦ ପାଇଁ ସାରା ରାଜ୍ୟ ଜାଡ଼ରେ ଥରୁଛି। ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା। ସଂନ୍ଧ୍ୟା ହେଲେ ମାଡି ଆସୁଛି ଶୀତ। ଗତ ୨୪ ଘଣ୍ଟାରେ ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଗତ କିଛି ଦିନ ହେବ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତ ଅପେକ୍ଷାକୃତ ବଢିଛି। ଆଗାମୀ ଦୁଇ ଦିନ ଯାଏଁ ଘନ କୁହୁଡ଼ି ସ୍ଥିତି ଜାରି ରହିବ । କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଭଳି ସ୍ଥିତି ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଜାରି ରହିବ। ସେପଟେ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡି ଯୋଗୁ ହଇରାଣ ହେଉଛନ୍ତି ଜନସାଧାରଣ।

Related Posts

About The Author

Add Comment