ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି

Spread the love

ଭୁବନେଶ୍ୱର, ୦୬/୦୨ (ସନ୍ଧାନ ନିୟୁଜ) ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି । ଏନେଇ  ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଟ୍ରଷ୍ଟବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୋର୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତଙ୍କ ସହ ଆଲୋଚନା କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ମହା ଶିବରାତ୍ରିରେ ଯେପରି ସବୁ ନୀତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି ।

ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହା ଶିବରାତ୍ରି ପୂର୍ବ ରାତି ଅଢ଼େଇଟା ପରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବ । ଏହାପରେ ସାହାଣମେଲା ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ହୋଇ ପୁଣି ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ଏବଂ ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ପୂର୍ବ ବର୍ଷରେ ନୀତି ବିଳମ୍ୱ ହୋଇଥିବାରୁ ଚଳିତ ବର୍ଷ ଯେପରି ଠିକଣା ସମୟରେ ଅର୍ଥାତ୍ ରାତି ୧୦ଟାରେ ମହାଦୀପ ଉଠିବ ସେନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

Related Posts

About The Author

Add Comment