ସୁନ୍ଦରଗଡ ତା:୩0-୧୨-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଲୁଲୁକିଡ଼ିହି ରାମ ମନ୍ଦିର ପ୍ରାଙ୍ଗଣରେ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଆଜି ଠାରୁ ୨୧ହଜାର ଅଖଣ୍ଡ ସୂର୍ଯ୍ୟ ନମସ୍କାର ମହା ଯଜ୍ଞ ଶୁଭରମ୍ଭ ହୋଇଯାଇଛି l ସକାଳ ସୂର୍ଯ୍ୟ ଉଦୟ ରୁ ଆରମ୍ଭ କରି ସନ୍ଧ୍ୟା ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଲଗାତାର ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଛି l ମୁକେଶ ଗୁପ୍ତା, ଅରୁଣ ଗୁପ୍ତା, ସୁରେନ୍ଦ୍ର ଭିତ୍ରିଆ ତଥା ଅନ୍ୟାନ୍ୟ ସ୍ଵୟଂ ସେବକ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିବା ସୂଚନା ମିଳିଛି l ଏହି ସୂର୍ଯ୍ୟ ନମସ୍କାର ମହା ଯଜ୍ଞ ର ପ୍ରଥମ ଦିନ ରେ ବିଜେପି ର ବିଧାୟକ ବାଲିଶଙ୍କରା ପ୍ରତିନିଧି ଶ୍ରୀ ରବି ଚନ୍ଦ୍ର ପଟେଲ, ବନମାଳୀ ବାରସତୀଆ, ବୁଧରମ ଓରାମ, ବାଲିଶଙ୍କରା ମଣ୍ଡଳ ସଭାପତି ଯଶନ୍ତି ଏକ୍କା ଉପସ୍ଥିତ ଥିଲେ । ଏହି ମହା ଯଜ୍ଞ କୁ ଅଞ୍ଚଳ ର ଆବାଳବୃଦ୍ଧବନିତା ଉପଭୋଗ କରିଥିଲେ ତା ଛଡା ବିଶ୍ୱ ହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ତଥା ଅଞ୍ଚଳ ର ପ୍ରତ୍ୟେକ ଅଞ୍ଚଳବାସୀ ଉପସ୍ଥିତ ରହି ଏହି ମହା ଯଜ୍ଞ ର ଉପଭୋଗ କରିବା ସହ ପ୍ରଭୁ ନାମ ନେଇଥିଲେ ।
ଆର .ଏସ. ଏସ ତରଫରୁ ଲୁଲୁକିଡ଼ିହି ରାମ ମନ୍ଦିର ପ୍ରାଙ୍ଗଣରେ ୨୧ହଜାର ଅଖଣ୍ଡ ସୂର୍ଯ୍ୟ ନମସ୍କାର ମହା ଯଜ୍ଞ ଶୁଭାରମ୍ଭ
|
December 30, 2025 |



