ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନ ହିତାଧିକାରୀ ମାନଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ : ମିଶନ ଶକ୍ତି ସଶକ୍ତିକରଣରେ ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ୮ ହଜାର ହିତାଧିକାରୀ ଉପକୃତ

Spread the love

ଯାଜପୁର, ତା ୦୨ା୦୩ା୨୦୨୩ ରିଖ : ଆଜି ପୂର୍ବାହ୍ନରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ଲୋକସେବା ଭବନରୁ ଆଭାସୀ ମାଧ୍ୟମରେ ଓଡିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନ ୧୧୫ ଗୋଟି ପୈାର ସଂସ୍ଥା ମାନଙ୍କରେ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ମହିଳା ହିତାଧିକାରୀଙ୍କ ନିମନ୍ତେ ସାଇକେଲ ବଣ୍ଟନର ଶୁଭାରମ୍ଭ କରି ମା’ ମାନଙ୍କ ସପଂଳତା ରାଜ୍ୟ ପାଇଁ ଗୈାରବ ଆଣିବା ସହ ମହିଳା ସଶକ୍ତିକରଣରେ ଓଡିଶା ସମଗ୍ର ଦେଶରେ ଏକ ଦୃଷ୍ଟାନ୍ତ ଭାବେ ଉଭା ହୋଇଚ୍ଥି ବୋଲି ଊଥ୍‌ପନ କରିଥିଲେ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମା’ ମାନେ ଆହୁରି ଭଲ କାମ କରିବାକୁ ଆହ୍ୱାନ ଦେଇଥିଲେ ଏହି ପରିପ୍ରେକ୍ଷୀରେ ଯାଜପୁର ପୈାର ପରିଷଦ ଅଧିନ ହିତାଧିକାରୀ ମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଯାଜପୁର ପୈାରାଂଚଳ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ଉକ୍ତ ଉତ୍ସବରେ ଯାଜପୁର ପୈାରାଂଚଳ ପୈାରାଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ମୁଖ୍ୟ ଅତିଥି, ପୈାର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳ୍‌ିକ, ପ୍ରାକ୍ତନ ପୈାରାଧ୍ୟକ୍ଷ ଶ୍ରୀ ଭବ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ପୈାର ପରିଷଦ ଅଧିନ ୧୩୫ ଜଣ ଜଳସାଥୀ, ସ୍ୱଚ୍ଚ୍ଥସାଥୀ, ସ୍ୱଚ୍ଚ୍ଥକର୍ମୀ, ଆହାରକର୍ମୀ ଏବଂ ସୁପରଭାଇଜର ମାନଙ୍କୁ ସାଇକେଲ ପ୍ରଦାନ କରାଯାଇ ପୈାରାଂଚଳ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ମିଶନ ଶକ୍ତିର ମହିଳା ଓ ମା’ ମାନଙ୍କୁ ସାଇକେଲ ସହାୟକ ହେବାସହ ସେମାନଙ୍କ ପରିବାର ପରିଚାଳନା କରିବାରେ ସମୟକୁ ସଦୁପଯୋଗ କରିପାରିବେ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ ।ସେହିପରି ରାଜଧାନୀ, ଭୁବନେଶ୍ୱରର ଲୋକସେବା ଭବନ ଠାରେ ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତା ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ୱ୍ରମ୍ ଓ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୂଲୋଚନା ଦାସ ଯୋଗ ଦେଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀ ଜି.ମାଥୀ ଭାତାନାମ ସ୍ୱାଗତ ଭାଷଣ ଏବଂ ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ଶ୍ରୀ ବିଜୟ ଅମୃତରାଜ କୁଲାଙ୍ଗେ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

About The Author

Add Comment