ସୁନ୍ଦରଗଡ ତା:୨୬/୭/୨୦୨୪( ସନ୍ଧାନ ନ୍ୟୂଜ୍/ରାଜୁ ପଟେଲ) ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଞ୍ଚଳ । ସ୍ୱାଧୀନତା ପର ଠାରୁ ଏହି ଅଞ୍ଚାଲକୁ ସରକାର ଧ୍ୟାନ ନ ଦେବା ଅନେକ ସମୟ ରେ ସାମ୍ନାକୁ ଆସିଛି । ଏହି ଅଞ୍ଚଳର ବିଗତ କୋଡ଼ିଏ ବର୍ଷ ଧରି ସାଂସଦ ରହିବା ସହିତ ଆଦିବାସୀ ମନ୍ତ୍ରୀ ଥାଇ ସରକାର ଏହି ଅଞ୍ଚଳ କୁ ଦୃଷ୍ଟି ନ ଦେବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅନେକ ଅବହେଳା ସହିଚ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟବସ୍ଥାର ଅବହେଲା ଚିନ୍ତାର ବିଷୟ ପାଲଟିଛି । ସରକାର ଶିକ୍ଷା ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି ହେଲେ ସେଥିରେ ବର୍ଷ ବର୍ଷ ଧରି ହଷ୍ଟେଲର ସୁବିଧା ନ ହେବା କାରଣରୁ ଅନେକ ଅସୁବିଧାର ସମ୍ମଖୀନ ହେଉଥିବା ଦେଖାଦେଇଛି । ତା ସହିତ ଯିବା ଆସିବା ପାଇଁ ଜିଲ୍ଲା ଡି.ଏମ.ଏଫ ଫଣ୍ଡରେ ଶିକ୍ଷା ପାଇଁ ଜିଲ୍ଲାରେ ଟଙ୍କା ରହିଥିବା ବେଳେ ତାର ସତ୍ ଉପଯୋଗ ନ ହେବା ଆଗାମୀ ଯୁବ ସମାଜ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସାଧାରଣ ଜନତା ପାଇଁ ସରକାର ଯାନବାହାନରେ ଅନେକ ନିୟମ ଓ ଫାଇନ ଆଦାୟ କରୁଥିବା ବେଳେ ଆଦର୍ଶ ବିଦ୍ୟାଳୟର ସ୍କୁଲ ବସରେ ସିଟ ରୁ ଦୁଇଗୁଣ ନେବା ଆଣିବା, ଟ୍ରାଫିକ ନିୟମ ଉଲ୍ଲଘନ କରିବା, ବସ ରେ ସୁରକ୍ଷା ଦୃଷ୍ଟି କୋଣରୁ ଜାଳି ନ ଲାଗିବା ବାରମ୍ବାର ଅଭିଯୋଗ ହେଉଥିବା ଦେଖାଦେଉଛି । ତା ସହିତ ପରିଵହନ ବିଭାଗର ଅବହେଳା ଯୋଗୁଁ ସରକାରୀ ବାହାନ ରେ ନିୟମ ନ ଲାଗିବାର ଜନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ଯଦି କିଛି ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ଅଭିଭାବକଙ୍କ ପକ୍ଷ ରୁ ପ୍ରଶ୍ନ ଆସୁଥିବା ଜଣାପଡିଛି । ଅଞ୍ଚଳରେ ମନ୍ତ୍ରୀ, ବିଧାୟକ ଥାଇ ମଧ୍ୟ ବର୍ଷବର୍ଷ ଧରି ଶିକ୍ଷାର ଅବହେଳା ହେବା ଆଗାମୀ ଯୁବ ପିଢୀଙ୍କ ମନରେ ବିତୃଷ୍ଣା ଭାବ ଦେଖାଦେଉଥିବା ଜଣାପଡିଛି । ଆଦିବାସୀ ଅଞ୍ଚଳ ହେବା କାରଣରୁ ଏହା ଘଟୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଆଦର୍ଶ ବିଦ୍ୟାଳୟ ପାଇଁ ସରକାରଙ୍କ ସହିତ ସ୍ଥାନୀୟ ପ୍ରଶାସନର ଅବହେଳା
|
July 26, 2024 |
