ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

Spread the love

ରାୟଗଡ଼ା, ୭/୧୧ (ସନ୍ଧାନ ନିଉଜ) : ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନିଜର ଦୁଇ ମାସର ଶିଶୁକନ୍ୟା ସହ ପାର୍ବତୀ ଓରଫ ରିଙ୍କି ନାମକ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ରିଙ୍କିଙ୍କ ଘର ଛତିଶଗଡ଼ ବିଜାପୁର ଜିଲା ମାରଥୁ ଥାନା ଅନ୍ତର୍ଗତ ୱାଖାମ୍ ଗାଁରେ। ସେ ବଂଶଧରା ନାଗାବଳି ଘୁମୁସର ଡିଭିଜନର ମାଓବାଦୀ ସଙ୍ଗଠନର ଏସିଏମ୍ ରାଜୁଙ୍କ ପତ୍ନୀ। ରିଙ୍କି ବଂଶଧରା ନାଗାବଳି ଘୁମୁସର ଡିଭିଜନ୍ ଇନ୍ଦ୍ରାବତୀ ଦଳମ୍‌ର ସଦସ୍ୟା ଥିଲେ। ମାଓବାଦୀ ମହିଳାଙ୍କୁ ହୀନ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ କରି ସେ ଆତ୍ମସମର୍ପଣ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରିଙ୍କଙ୍କ ନାଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ କାଡ୍ରାକ୍ ବନ୍ଦାଣି ଗୁଳିକାଣ୍ଡ, ଧାମଣପଙ୍ଗା ଗୁଳିକାଣ୍ଡ, ଜାରପା ନିକଟରେ ଏସ୍ଓଜି ଟିମ୍ ଉପରେ ଆକ୍ରମଣ, କଳାହାଣ୍ଡି ଜିଲାରେ ଠିକାଦାର ରାଜେନ୍ଦ୍ର ସାହୁ ହତ୍ୟା, ବହୁପଦର ଗାଁର ଭୀମା ଦୋରା ହତ୍ୟାକାଣ୍ଡ, ଝିମିରୀ ଜଙ୍ଗଲରେ ଗୁଳି ବିନିମୟ ଆଦି ଘଟଣାରେ ସଂପୃକ୍ତ ଥିଲେ।

Related Posts

About The Author

Add Comment