ଆଜି ପୁଟିନ-ଟ୍ରମ୍ପ ଆଲୋଚନା: ୟୁକ୍ରେନରେ ଶେଷ ହୋଇପାରେ ଧ୍ବଂସର ଲୀଳା

Spread the love

ନୂଆଦିଲ୍ଲୀ/ସନ୍ଧାନ ନ୍ୟୁଜ: ଆଜି ଶେଷ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ । ୩ ବର୍ଷ ଧରି ୟୁକ୍ରେନରେ ଚାଲିଥିବା ଧ୍ବାଂସର ତାଣ୍ଡବରେ ଆଜି ପଡ଼ିପାରେ ଜବନିକା । ଯୁଦ୍ଧକୁ ସବୁଦିନ ଲାଗି ବନ୍ଦ କରିବାକୁ ଆଜି ଆମେରିକା ଓ ଋଷ ମଧ୍ୟରେ ହେବ ଆଲୋଚନା । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ନେଇ ସିଦ୍ଧାନ୍ତପୂର୍ଣ୍ଣ ସହମତି ଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ଯୁଦ୍ଧ ବନ୍ଦ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ତେବେ ଶାନ୍ତି ପ୍ରତିଷ୍ଠା ଲାଗି ଭରସାଯୁକ୍ତ ସର୍ତ୍ତମୂଳକ ଆଲୋଚନା ଚାହୁଁଛି ମସ୍କୋ । ଆଲୋଚନାରେ ବିଶ୍ଵାସଯୁକ୍ତ ଗ୍ଯାରେଣ୍ଟି ଚାହୁଁଛି କ୍ରେମଲିନ। ଏଥି ମଧ୍ୟରେ ରହିଛି ୟୁକ୍ରେନକୁ ନାଟୋ ସଦସ୍ୟତା ପ୍ରଦାନ ନକରିବା । ୩ ବର୍ଷ ଧରି ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବାକୁ କୌଣସି ଚୁକ୍ତିରେ ସ୍ଵାକ୍ଷରିତ କରିବା ପୂର୍ବରୁ କିଛି ସର୍ତ୍ତ ଉପରେ ଗ୍ଯାରେଣ୍ଟି ଆବଶ୍ୟକ ବୋଲି କହିଛନ୍ତି ପୁଟିନ । ଏହି ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାପ୍ତ କରିବାକୁ ଚାହୁଁଛି ଋଷ । ତେବେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ପାରମ୍ପରିକ ପ୍ରସଙ୍ଗ ଉପରେ ଆଲୋଚନାର ଆବଶ୍ୟକତା ନେଇ ଗୁରୁତ୍ଵାରୋପ କରିଛନ୍ତି ପୁଟିନ ।ସେପଟେ ଯୁଦ୍ଧକୁ ଶୀଘ୍ର ସାରିବାକୁ ପୁଟିନ ଚାହୁଁ ନଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଟ୍ରମ୍ପଙ୍କୁ ସିଧା ସଳଖ ଯୁଦ୍ଧ ବନ୍ଦ କରିବାକୁ ନକହି ପୁଟିନ ସର୍ତ୍ତମୂଳକ ଆଲୋଚନାର ବାହାନା କରୁଥିବା କହିଛନ୍ତି ଜେଲେନସ୍କି । ଯୁଦ୍ଧ ଜାରି ରଖି ସେ ୟୁକ୍ରେନବାସୀଙ୍କୁ ମାରିବାକୁ ଚାହୁଁଛନ୍ତି । ଏହି କାରଣରୁ ଯୁଦ୍ଧ ବିରାମରେ ପୁଟିନ ସର୍ତ୍ତ ସାମିଲ କରିବାକୁ ଚାହିୁଁଛନ୍ତି । କଥାବାର୍ତ୍ତା ବିଫଳ ହେଲେ ପୁଟିନଙ୍କୁ ଯୁଦ୍ଧକୁ ଅଧିକ ଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ସୁଯୋଗ ମିଳିଯିବ ବୋଲି କହିଛନ୍ତି ଜେଲେନସ୍କି । ସେପଟେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ କିପରି ବନ୍ଦ ହେବ ଏହା ଚାହୁଁଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତାକାଲି ଆଲୋଚନା ପାଇଁ ଭଲ ସୁଯୋଗ ଅଛି ବୋଲି କହିଛନ୍ତି ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ୩୦ ଦିନିଆ ଯୁଦ୍ଧ ବିରାମ ପ୍ରସ୍ତାବ ରଖିଛି ଆମେରିକା ।

Related Posts

About The Author

Add Comment