ଆଙ୍କୁଲା ଛକରେ ଗୋଷ୍ଠୀ କନ୍ଦଳକୁ କେନ୍ଦ୍ରକରି ଅଭିଯୁକ୍ତ ଗିରଫ ପାଇଁ ଦାବି

Spread the love

ଯାଜପୁର, : ୪/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ଯାଜପୁର ଟାଉନ ଥାନା ଅନ୍ତର୍ଗତ ଆଙ୍କୁଲା ଛକରେ ଆଜି ଗୋଷ୍ଠୀ କନ୍ଦଳ ଘଟିଥିବା ବେଳେ ୧ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା ଜଣାଯାଇଛି  । ଆହତ ମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି  । ଆଙ୍କୁଲା ଛକରେ ରାସ୍ତା ରୋକ କରାଯାଇଥିବା ଜଣାଯାଇଛି । ଏଥିପାଇଁ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଆହତ ହୋଇଥିବା ଆଙ୍କୁଲା ଗ୍ରାମର ଆନନ୍ଦ ଜେନାଙ୍କ ପୁଅ ଶରତ ଜେନାଙ୍କ ପୁଅ ମୁନା ଜେନା(୨୪) ଏଠାରେ ସୂଚନା ଯୋଗ୍ୟ ଯେ ଗାନ୍ଧୀ ଛକର କିଛି ଯୁବକ ଆଙ୍କୁଲା ଛକକୁ କୈଣସି କାର୍ଯ୍ୟରେ ଆସିଥିଲେ । ଏନେଇ ମୁନା ଏବଂ ଶିବ ସହିତ ବଚସା ହୋଇଥିଲା ଶିବ,ମୁନା ଆହତ ହୋଇଥିବା ବେଳେ ଲୋକମାନେ ସେଠାରେ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଖବର ଗ୍ରାମରେ ପହଞ୍ଚିବା କ୍ଷଣି ଉତ୍ତେଜନା ଗ୍ରାମବାସୀ ଆଙ୍କୁଲା ଛକରେ ପହଞ୍ଚି ରେହେମବକ୍ସକୁ ଗିରଫ ଦାବିରେ ରାସ୍ତା ରୋକ କରିଥିଲେ । ଟାଉନ୍ ଥାନା ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ମୁତୟନ କରିଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ଟାଉନ୍ ଥାନାରେ ଏତଲା  ହୋଇନାହିଁ ।

Related Posts

About The Author

Add Comment