ଆଗଳା ସିଂମହାପାତ୍ରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର, ୦୩/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ଜନକ ଗ୍ରାମର ଆଦର୍ଶ ମଣିଷ ବ୍ୟକ୍ତିତ୍ୱର ପଟ୍ଟାନ୍ତର ନାହିଁ ସେହି ଆଦଶ୍ର ମଣିଷ ହେଉଛନ୍ତି ଆଗଳା ସିଂମହାପାତ୍ରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ସମାଜ ସେବୀ ଇଶ୍ୱର ଚନ୍ଦ୍ର ଜେନାଙ୍କ ସଭାପତିତ୍ୱାରେ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ସମାଜର ପ୍ରକାଶ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ । ସମ୍ମାନୀ ଅତିଥି ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦାନ କରି ସନାତନ ଆଗଳା ସିଂମହାପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତୀଚାରଣ କରିଥିଲେ । ଶ୍ରୀ ଶତପଥି କହିଲେ ତାଙ୍କୁ ମନେ ପକାଇବା ପାଇଁ ତାଙ୍କର ଦାୟଦ ସୌଭାଗ୍ୟ ସୁନ୍ଦର ମହାପାତ୍ର ତାଙ୍କ ବାପାଙ୍କୁ ମନେପକାଇବା ପାଇଁ ଏହି ସ୍ମୃତିଚାରଣ ସଭାପ ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୋକର୍ଣ୍ଣିକା ସାହିତ୍ୟ ସଂସଦର ସଂପାଦକ ରମାକାନ୍ତ ଜେନା ଯୋଗଦେଇଥିବା ବେଳେ, ବ୍ରହ୍ମବରଦା +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକର ବରିଷ୍ଠ ବିଜେଡ଼ି ନେତା ସାରଦା ପ୍ରଶନ୍ନ ମହାନ୍ତି ଯୋଗ ଦେଇଥିବା ବଳେ, ବରିଷ୍ଠ ବିଜେଡ଼ି ନେତା ଅରବିନ୍ଦ ସାମଲ ଯୋଗଦାନ କରିଥିଲେ । ଅତିଥି ମାନେ ଯୋଗଦାନକରି ସନାତନ ଆଗଳା ସିଂମହାପାତ୍ରଙ୍କ କର୍ମମୟ ଜୀବନି ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ବାଲିକୁଦା ପଂଚାୟତର ସରପଂଚ ଗଗନ ବିହାରୀ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ ନାମରେ ଏକ ଆରଡ଼ି ରାସ୍ତା ନିର୍ମାଣ କରାଯିବା ପାଇଁ ଜନକ ଗ୍ରାମରୁ ହେବାଲାଗି ବିଧାୟକଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ସମାଜ ଗଣମାଧ୍ୟମର ପ୍ରକାଶକ ନିରଂଜନ ରଥ ବିଧାୟକଙ୍କୁ ଉପଡ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଧାୟକ ସମାଜ ଖବର କାଗଜର ପ୍ରକାଶକ ନିରଂଜନ ରଥଙ୍କୁ ପୁଷ୍ପମାଲ୍ୟ ସହିତ ଉପଢ଼ୌକନ ମାନପତ୍ର ଦେଇଥିଲେ । ଦୁଇ ଜଣ ସେବାକାରିଙ୍କୁ ଉପଢ଼ୌକନ ସହିତ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିତôଲେ । ସେହିପରି ଅନ୍ୟାନ୍ୟ ପ୍ରତିଭାଙ୍କୁ ସ୍ମୃତିଚାରଣ ସଭା ଆନୁକୁଲ୍ୟରେ ସମ୍ବର୍ଦ୍ଧିତ କରାଯାଇଥିଲେ । ମଞ୍ଚାସୀନ ଅତିଥି ମାନେ ଯୋଗଦେଇଥିବା ବେଳେ, ଗୋକର୍ଣ୍ଣିକା ସାହିତ୍ୟ ସଂସଦର ସଂପାଦକ ରମାକାନ୍ତ ଜେନା ଯୋଗଦାନ କରି ଶ୍ରୀ ମହାପାତ୍ରଙ୍କ ଜିବନୀ ଉପରେ ଆଲୋକ ପାତ କରିଥିଲେ । ଅନ୍ୟତମ ଅତିଥି ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦାନ କରି ଶ୍ରୀ ମହାପାତ୍ରଙ୍କ ଜିବନୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ମୃତୀଚାରଣ ସଭାରେ ଆଗଳା ସିଂମହାପାତ୍ରଙ୍କୁ ଭଲ ପାଉଥିବା ବହୁ ବିଦ୍ୱାନ ବ୍ୟକ୍ତି ଓ ଗଣାମାଧ୍ୟ ପ୍ରତିନିଧିମାନେ ଯୋଗଦେଇଥିଲେ ।

Related Posts

About The Author

Add Comment