ଆଇନଜିବୀ ବିଜୟ ଥାଟୋଇ ହେଲେ ବିଧାୟକଙ୍କ ସରକାରୀ କଲ୍ୟାଣ ଯୋଜନା ପ୍ରତିନିଧି

Spread the love

ରାଉରକେଲା, ୦୫/୦୧/୨୧ (ସନ୍ଧାନ ନିଉଜ) : ଏଣିକି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ପାଇଁ ଉର୍ଦ୍ଦିଷ୍ଟ ବିଭିନ୍ନ  ସରକାରୀ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଓ ବିଭିନ୍ନ ପଂଚାୟତରେ ବାସ କରୁଥିବା ପ୍ରକୃତ ହିତାଧିକାରୀ ମାନେ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହେବା ସହ ଭଲଭାବେ ଅବଗତ ହୋଇ ପାରିବେ ।  ଏହା ସହ ଏହି ସବୁ  କଲ୍ୟାଣକାରୀ ଯୋଜନାର ସୁବିଧା ହିତାଧିକାରୀ ମାନଙ୍କ ଦ୍ୱାର ଦେଶରେ ପହଂଚିବା ସହ ଯୋଜନା ଗୁଡ଼ିକ ଉଦ୍ଦେଶ୍ୟ ସଫଳ ସାବସ୍ତ୍ୟ ହୋଇ ପାରିବ । ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁବିଧା ନିମନ୍ତେ ଭିନ୍ନ ଭିନ୍ନ ସରକାରୀ କଲ୍ୟାଣ ଯୋଜନା ବିଷୟରେ  ଜନସାଧାରଣଙ୍କୁ ସଚେତନ କରିବାକୁ ଦକ୍ଷିଣ ରାଉରକେଲା ଲକ୍ଷ୍ମୀ ମାର୍କେଟ ଅଂଚଳରେ ବାସ କରୁଥିବା ଆଇନଜୀବୀ ବିଜୟ ଥାଟୋଇଙ୍କୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ  ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ଥାଟୋଇ ସରକାରୀ କଲ୍ୟାଣ ଯୋଜନା ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିବେ । ଏଏହି ନୂତନ ନିଯକ୍ତି ପାଇଁ ଆଇନିଜିବୀ ଶ୍ରୀ ଥାଟେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ  ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment